କଟକ ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ କେନ୍ଦ୍ର କରି ଭାଉଜର ଗଳାକାଟି ଦେଲା ଦିଅର
କଟକ: ପବିତ୍ର ସମ୍ପର୍କରେ ରକ୍ତର ଛିଟା। ଭାଉଜକୁ ହତ୍ୟା କଲା ଦିଅର। କଟକ ଶିଖରପୁର ଉପର ସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଜମିବାଡି ବିବାଦକୁ କେନ୍ଦ୍ର କରି ଭାଉଜର ଗଳାକାଟି ହତ୍ଯା କରିଛି ଦିଅର।
ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି, ହତ୍ଯାକାରୀ ଦିଅର ହିମାଂଶୁ ମହାନ୍ତିଙ୍କୁ ଗିରଫ କରିଛି। ଏହାସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି।