ଚେତାବନୀ ସହିତ ଗୌହରଙ୍କୁ ମିଳିଲା ସୁଟିଂ କରିବାକୁ ଅନୁମତି, କରୋନା ନିୟମ ମାନିନଥିବାରୁ ହୋଇଥିଲେ ବ୍ଯାନ

ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ(FWICE) ଅଭିନେତ୍ରୀ ଗୌହର ଖାନଙ୍କୁ ୨ ମାସର ସୁଟିଂ ବନ୍ଦ କରିବାକୁ କହିଥିଲା। ଏବେ ୧ ଏପ୍ରିଲରୁ ଗୌହରଙ୍କୁ ସୁଟିଂ କରିବାର ଅନୁମତି ମିଳିଛି। ଏହାସହିତ FWICE ପକ୍ଷରୁ ଏକ ଚିଠି ମଧ୍ୟ ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି କି, ଯଦି ଗୌହର ଏହିସବୁ ନିୟମ ନ ମାନନ୍ତି ତେବେ, ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଆହୁରି ମଧ୍ୟ ଚିଠିରେ ଉଲ୍ଲେଖ ହୋଇଛି କି, ନିୟମ ନ ମାନିଲେ ଗୌହରଙ୍କ ଉପରେ ବ୍ଯାନ ଲଗାଯିବ ଆଉ ଅଧିକ ସମୟ ପର୍ଯ୍ଯନ୍ତ ଏହାକୁ ହଟାଯିବ ନାହିଁ।

ସୂଚନାଯୋଗ୍ଯ, ଗୌହର କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିୟମ ପାଳନ ନ କରି ସୁଟିଂ କରୁଥିଲେ। ବିଏମ୍ସି କର୍ମଚାରୀ ତାଙ୍କ ଘରେ ଚେକ୍ କରିବାକୁ ଯାଇଥିବା ବେଳେ ସେ ସେଠାରେ ନଥିବା ଜାଣିବାକୁ ପାଇଥିଲେ। ଏହାପରେ ଗୌହରଙ୍କୁ ଅନେକ ନିନ୍ଦା ଶୁଣିବାକୁ ମିଳିଥିଲା। ଗୌହର ଖାନ୍ଙ୍କ ନାଁରେ ଓଶିବାର ପୋଲିସ ଥାନାରେ ଧାରା ୧୮୮, ୨୬୯, ୨୭୦, ୫୧(ଖ) ରେ ମାମଲା ରୁଜୁ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.