Below header

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଯାଜପୁର : କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ କାର୍ତ୍ତିକ କେରେଇ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଛତରା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ କାର୍ତ୍ତିକଙ୍କ ଦାଦା ପୁଅକୁ ଜ୍ୱର ହୋଇଥିଲା । ଝଡ଼ାଫୁଙ୍କା ପାଇଁ କାର୍ତ୍ତିକ ତାକୁ ଧରି ଜଣେ ବୃଦ୍ଧା ନନ୍ଦିନୀ ପୂର୍ତ୍ତିଙ୍କ ପାଖକୁ ଯାଇଥିଲେ ।

ନନ୍ଦିନୀ ଝଡ଼ାଫୁଙ୍କା କରିବା ପରେ ଆଉ ଦେହ ଖରାପ ହେବ ନାହିଁ ବୋଲି କହିଥିଲେ । କିନ୍ତୁ କାର୍ତ୍ତିକଙ୍କ ଦାଦା ପୁଅ ସୁସ୍ଥ ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ଗୁଣିଗାରେଡି କରି ମାରିଥିବା ସନ୍ଦେହ କରି ବୃଦ୍ଧାଙ୍କୁ ହତ୍ୟା କରିଥିଲା କାର୍ତ୍ତିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.