Below header

କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି

କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବର ପରିଚୟ ମିଳିପାରିନାହିଁ।

ନୟାଗଡ଼ : କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବର ପରିଚୟ ମିଳିପାରିନାହିଁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବିଲମାନପୁର ଗ୍ରାମ ସ୍ମଶାନ ପାଖ ଦେଇଯାଇଥିବା କୁସୁମୀ ନଦୀରେ ଏକ ଗଳିତ ଶବ ପାଣିରେ ଭାସୁଥିବା ଦେଖି ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସୁଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ। ଶବଟି ଜଣେ ବୃଦ୍ଧଙ୍କର ବୋଲି ଜଣାପଡିଛି। ଗାଧୋଉଥିବା ସମୟରେ ନଦୀରେ ଭାସିଆସିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ କର୍ମଚାରି ଓ ପୁଲିସ ଶବଟିକୁ ଉଦ୍ଧାର କରି ବ୍ଯବଚ୍ଛେଦ ନିମନ୍ତେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ତେବେ ମୃତବ୍ଯକ୍ତିଙ୍କ ପରିଚୟ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.