Below header

ଓଏସଏସସି ପରିଚାଳିତା ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ବାତିଲ, ଆଗାମୀ ପରୀକ୍ଷା କେବେ ଜାଣନ୍ତୁ

ପ୍ରଶ୍ନପତ୍ର ଲିକ୍‌ ପରେ ଓଏସଏସସି ପରିଚାଳିତା ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ବାତିଲ ହୋଇଛି ।

ପ୍ରଶ୍ନପତ୍ର ଲିକ୍‌ ପରେ ଓଏସଏସସି ପରିଚାଳିତା ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ବାତିଲ ହୋଇଛି । ଏନେଇ ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନ ପକ୍ଷରୁ ସୂଚନା ହୋଇଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସାନି ପରୀକ୍ଷା ହେବ । ପ୍ରଶ୍ନପତ୍ର ଲିକ୍‌ ଜନିତ ଘଟଣାରେ ପରୀକ୍ଷା ବାତିଲ ହୋଇଥିବାରୁ ଦୁଃଖ ପ୍ରକାଶ କରିଛି ଓଏସଏସସି । Combined Technical Services Recruitment ୨୦୨୨ ଅଧିନରେ ଗ୍ରୁପ-ବି କ୍ୟାଡର ପାଇଁ ଜୁଲାଇ ୧୬ ତାରିଖରେ ପରୀକ୍ଷା ହୋଇଥିଲା । ବାଲେଶ୍ୱର ଏସପିଙ୍କ ରିପୋର୍ଟ କ୍ରମେ ପରୀକ୍ଷା ବାତିଲ କରିଛନ୍ତି କର୍ତ୍ତୃପକ୍ଷ । ଆଗାମୀ ପରୀକ୍ଷା ୨୦୨୩ ସେପ୍ଟେମ୍ବର ୩ ତାରିଖରେ ହେବ ବୋଲି ଓଡ଼ିଶା ଷ୍ଟାଫ ସିଲେକ୍ସନ ପକ୍ଷରୁ ଜଣାଯାଇଛି ।

staff selection

ଗତ ୧୬ ତାରିଖରେ ଚାକିରୀ ଆଶାୟୀଙ୍କୁ ପ୍ରଶ୍ନପତ୍ର ଡ଼ିଲ୍ ବେଳେ ବାଲେଶ୍ଵର ପୁଲିସ୍ କରିଥିଲା ଚଢାଉ । ଗିରଫ ହେଇଥିଲେ ୯ ଜଣ ଅଭିଯୁକ୍ତ । ଦଲାଲ ଙ୍କ କବଳରୁ ଉଦ୍ଧାର ହୋଇଥିଲେ ୮୮ ଜଣ ଚାକିରୀ ଆଶାୟୀ। ଗତ ୧୬ ତାରିଖରେ ଜବ ଫ୍ରଡ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବାଲେଶ୍ଵର ପୁଲିସ୍ । ୧୬ ନମ୍ବର ଜାତୀୟ ରାଜପଥ ରୁ ନାକା କରି ୯ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ବାଲେଶ୍ଵର ପୁଲିସ୍ ର ସ୍ପେଶାଲ ଟାସ୍କ ଫୋର୍ସ ।

ଗିରଫ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ , ବିହାର ର ୩ ଜଣ ଓ ଆନ୍ଧ୍ର ର ୧ ଜଣ ଥିଲେ । ପ୍ରଶ୍ନପତ୍ର ଡ଼ିଲ ମାମଲାରେ ବିଶ୍ବରଂଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ କେ ସିଦ୍ଦିକ , ଭୁବନେଶ୍ୱର ଯଦୁପୁର ଅଞ୍ଚଳର ସାଇନା ପରବିନ, ମୁସ୍ତାକ ଅଲ୍ଲୀ ଖାଁ, ଏମ ଡି କମରୁଦ୍ଦିନ, ବିହାରର ଅଜୟ କୁମାର, ରାଜ କୁମାର, ଦୀପକ କୁମାର ଓ ଭୁବନେଶ୍ୱରର ବିଜେନ୍ଦ୍ର କୁମାର କୁ ଗିରଫ କରିଥିଲା ପୁଲିସ୍ । ଏହି ଗ୍ୟାଙ୍ଗ ଓଡ଼ିଶା ,ବିହାର , ପଶ୍ଚିମବଙ୍ଗ ଝାରଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ କରିଥିଲେ । ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ନିକଟ ସଂପର୍କୀୟ ଭାବରେ ନିଜକୁ ପରିଚୟ ଦେଇ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଦେବା ଓ ଚାକିରୀ ପିଛା ୧୦ ରୁ ୧୬ ଲକ୍ଷ ଦାବି କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.