ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, କେବଳ ପୁରୀ ବାସୀଙ୍କ ପାଇଁ ଦ୍ୱାର ଖୋଲିବ

ପୁରୀବାସୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । କେବଳ ପୁରୀ ବାସୀଙ୍କ ପାଇଁ ଦ୍ୱାର ଖୋଲିବ ।

ପୁରୀ : ପୁରୀବାସୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । କେବଳ ପୁରୀ ବାସୀଙ୍କ ପାଇଁ ଦ୍ୱାର ଖୋଲିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିବେ ପୁରୀବାସୀ ।

ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ । କୋଭିଡ ମହାମାରୀ ସମୟରେ ଶ୍ରୀମନ୍ଦିରର ୩ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଥିଲା । ଏହାପରେ ଆଉ ତାକୁ ଖୋଲାଯାଇନାହିଁ । ଏବେ ଚାରି ଦ୍ୱାର ଖୋଲିବା ପାଇଁ ଭକ୍ତ ଓ ସେବାୟତ ବି ଦାବି କରୁଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ଦାବି କରିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପା ସୁଦର୍ଶନ ପଟ୍ଟନାୟକ । କେବଳ ସିଂହଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁ ଅସୁବିଧା ଭୋଗୁଛନ୍ତି ।

ବେଳେ ବେଳେ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି ଭକ୍ତ । ମରିଚିକୋଟ ଆଗକୁ ବି ଲାଇନ୍‌ ଲମ୍ବୁଛି । ଖରାତରାରେ ଧାଡ଼ିରେ ଠିଆ ହେଉଛନ୍ତି ବୟସ୍କ ଓ ଶିଶୁ । ବର୍ତ୍ତମାନର ଦର୍ଶନ ବ୍ୟବସ୍ଥା ଯୋଗୁଁ ଅନେକ ମହାପ୍ରସାଦ ନପାଇ କଲବଲ ହେଉଥିବା ବି ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.