ନରାଜ ପାହାଡ ଉପରେ ବନ୍ଧୁକ ଧରି reels କରୁଥିଲେ ୬ ଯୁବକ, ମାଡ଼ି ବସିଲା ପୋଲିସ

Reels କରୁ କରୁ ମାଡ଼ି ବସିଲା ପୋଲିସ।ବାରଙ୍ଗ ଥାନା ନରାଜ ପାହାଡ ଉପରେ ୬ଜଣ ଯୁବକ ହାତରେ ବନ୍ଧୁକ ଧରି reels କରୁଥିଲେ।

ବାରଙ୍ଗ : Reels କରୁ କରୁ ମାଡ଼ି ବସିଲା ପୋଲିସ।ବାରଙ୍ଗ ଥାନା ନରାଜ ପାହାଡ ଉପରେ ୬ଜଣ ଯୁବକ ହାତରେ ବନ୍ଧୁକ ଧରି reels କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ପୋଲିସ ସେଠାରେ ପହଞ୍ଚି ଗୋଟିଏ ବନ୍ଧୁକ ଜବତ କରିଥିବା ବେଳେ ଦୁଇଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ନମ୍ୱର୍ ବିହୀନ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି।  ସେପଟେ reels ପାଇଁ ବ୍ୟବହୃତ ବନ୍ଧୁକ ଅରିଜିନାଲ୍ ନା ଡୁପ୍ଲିକେଟ ତାହା ତଦନ୍ତ ଚାଲିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।