Below header

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗାଁରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ l ଅସୁସ୍ଥମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗାଁରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ l ଅସୁସ୍ଥମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

ସୂଚନାମତେ, ଆଜି ମଧ୍ୟାହ୍ନରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା(40) ନିଜଚାଷ ଜମିରୁ ଛତୁ ଆଣି ରୋଷେଇ କରି ପରିବାରର ସମସ୍ତ ସଦସ୍ୟ ଖାଇବାକୁ ଦେଇଥିଲେ l ଖାଇବା ପରେ ପଦ୍ମାବତୀଙ୍କ ସମେତ ତାଙ୍କ ପୁଅ ଭୋଜରାଜ (17), ଦୁଇ ଝିଅ ସୀମା ଓ ପ୍ରାଚୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ।

ପରେ ଅସୁସ୍ଥ ଅବସ୍ଥାରେ 4 ଜଣଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସଲୟରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.