ଡ୍ରାଇଭର ଏକତା ମହାମଞ୍ଚର ଚେତାବନୀ, ବୋର୍ଡ ଗଠନ ନକଲେ ଅଗଷ୍ଟ ୧ ରୁ ରାଜ୍ୟରେ ଅଖ ଚକ ବନ୍ଦ

ଡ୍ରାଇଭର ଏକତା ମହାମଞ୍ଚର ଚେତାବନୀ । ଆସନ୍ତା ୩୦ତାରିଖ ମଧ୍ୟରେ ସରକାର ମୋଟର ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ନ କଲେ ଅଗଷ୍ଟ ୧ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବ ସଂଘ ।

ଡ୍ରାଇଭର ଏକତା ମହାମଞ୍ଚର ଚେତାବନୀ । ଆସନ୍ତା ୩୦ତାରିଖ ମଧ୍ୟରେ ସରକାର ମୋଟର ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ନ କଲେ ଅଗଷ୍ଟ ୧ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବ ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବା ପରେ ସରକାରଙ୍କ ତରଫରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା ।

ହେଲେ ଏଥିରୁ କୌଣସି ସୁଫଳ ମିଳିପାରିଲା ନାହିଁ । ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଞ୍ଚୁଛି । କିନ୍ତୁ ବିଧିବଦ୍ଧ ଭାବେ ମୋଟର ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ହେଉନି । ଏପଟେ ରାଜ୍ୟରେ ଏକ ମାସ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ଡ୍ରାଇଭରଙ୍କ ମୃତ୍ୟୁ ହୋଇସାରିଛି । ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ ଏଥିରୁ ମହାସଂଘର ପରିବାରକୁ ସୁଫଳ ମିଳିପାରୁ ନାହିଁ । ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ ।

ରାଜ୍ୟ ସରକାର ଏକ ମାସ ମଧ୍ୟରେ ବୋର୍ଡ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବହୁବାର ଚେଷ୍ଟା କରିବା ମଧ୍ୟରେ ଏହା ଏଯାଏ ହୋଇ ପାରିଲା ନାହିଁ । ଆସନ୍ତା ୩୦ ତାରିଖ ମଧ୍ୟରେ ସରକାର ବୋର୍ଡ ଗଠନ ନ କଲେ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ଅଖ ଚକ ବନ୍ଦ ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.