ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଠିକ୍ ଉତ୍ତର ପାଇଁ ଦେଲେ ଉପହାର

ଉମରକୋଟ(କେନ୍ଯୁଜ୍): ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଝରିଗାଁ ସ୍ଥିତ ନୋଡାଲ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ପ୍ରଥମେ ସେଠାରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟର ତଦାରଖ କରିଥିଲେ । ପରେ ପିଲାଙ୍କ ପାଠପଢା ବୁଝିବା ସହ କିଛି ପ୍ରଶ୍ନ ପଚାରିଥିଲେ ।

ଦଶମ ଶ୍ରେଣୀ ଛାତ୍ର କ୍ଷୀରୋଦ ମାଝି ପ୍ରଶ୍ନର ଉତ୍ତର ଦେଇଥିବାରୁ ତାଙ୍କୁ ଜିଲାପାଳ ନିଜ କଲମ ପ୍ରଦାନ କରିଥିଲେ। ଏହାକୁ ନେଇ କ୍ଷୀରୋଦଙ୍କ ସମେତ ଅନ୍ୟ ଛାତ୍ରମାନେ ମଧ୍ୟ ଉତ୍ସାହିତ ହୋଇଥିଲେ। ଗ୍ରୁପ୍‌ ଡିସ୍‌କସନ କରି ପାଠ ପଢିଲେ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା କିପରି ମିଳିପାରିବ ସେନେଇ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ସେପଟେ ବିଦ୍ୟାଳୟର ଉନ୍ନତି ସକାଶେ ଚାଲିଥିବା ସମସ୍ତ କାର୍ଯ୍ୟ କିପରି ଠିକ୍‌ ସମୟରେ ଶେଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.