Below header

କରଞ୍ଜିଆ : ପାହାଡ଼ ଉପରେ ମାସେ ହେଲା ପଡ଼ି ରହିଛି ମୃତଦେହ, ଏବେ ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ

କରଞ୍ଜିଆ (କେନ୍ୟୁଜ୍‌) : ପାହାଡ଼ରୁ ମିଳିଲା ଗଳିତ ଶବ । କୁହାଯାଉଛି ପ୍ରାୟ ମାସେ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମ ନିକଟବର୍ତ୍ତୀ ଏକ ପାହାଡରୁ ମଙ୍ଗଳବାର ଦିନ ଏହି ଗଳିତ ଶବକୁ ଠାବ କରାଯାଇଛି। ଖବର ପାଇ ଘଟଣାସ୍ଥଳକୁ ମହୁଲଡିହା ଥାନା ଆଇଆଇସି ଜୟନ୍ତ କୁମାର ବେହେରା ନିଜ ଟିମ୍‌ ସହ ପହଞ୍ଚି ତଦନ୍ତ କରିଛନ୍ତି ।

କିଛି ସ୍ଥାନୀୟ ଲୋକ ସକାଳେ ମଇଁଷି ଚରାଇବାକୁ ଜଙ୍ଗଲ ଭିତରକୁ ଯାଇଥିବା ସମୟରେ ଦେଉଳ ପାହାଡରେ ଏହି ମୃତଦେହକୁ ଦେଖିଥିଲେ । ପରେ ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ମୃତକଙ୍କ ପରିଚୟ ମିଳି ପାରି ନାହିଁ । ତେବେ ମୃତଦେହ ସେହିଠାରେ ପଡ଼ି ରହିଛି । ଆସନ୍ତାକାଲି ଘଟଣାସ୍ଥଳକୁ ଏକ ସାଇଣ୍ଟିଫିକ୍‌ ଟିମ ପହଁଚି ତଦନ୍ତ କରିବ ବୋଲି ଜଣାପଡିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ୍ୟୁ ଦେହଟି ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ଧରି ପଡି ରହିଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ । ମୃତ୍ୟୁ କାହିଁକି ହେଲା । ଏହା ମୃତ୍ୟୁ ନା ଆତ୍ମହତ୍ୟା , ଜଙ୍ଗଲ ଭିତରକୁ କାହିଁକି ଗଲା ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.