ଖରା ଗରମରୁ ଆରାମ ପାଇବା ପାଇଁ ପିଅନ୍ତୁ ଚକୋଲେଟ ବାନାନା ମିଲ୍କସେକ୍‌

ଯଦି ଆପଣଙ୍କୁ ଗରମରେ କିଛି ଥଣ୍ଡା ପିଇବାକୁ ଇଚ୍ଛା ହେଉଛି, ତେବେ ଆପଣ ଚକୋଲେଟ ବାନାନା ମିଲ୍କସେକ ବନାଇ ତାର ମଜା ନେଇପାରିବେ। ଏହାକୁ ଘରେ ପ୍ରସ୍ତୁତ କରିବା ବହୁତ ସହଜ। ବହୁତ କମ୍ ସମୟରେ ଏହି ସମର କୋଲ୍ଡ ଡ୍ରିଙ୍କକୁ ଆପଣ ପିଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ଟି କଦଳୀ
  • ୧/୪ କପ୍ ଚକୋଲେଟ
  • ୨ କପ୍ କ୍ଷୀର
  • ୧ ଚାମଚ ଚିନି
  • ୪ରୁ ୬ଟି ବାଦାମ୍‌
  • ୪ଟି କାଜୁ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ରାଇଣ୍ଡର ଜାରକୁ ନେଇ ତାକୁ ଭଲଭାବେ ଧୋଇ ଦିଅନ୍ତୁ। ଏଥିରେ ଚକୋଲେଟ, କଦଳୀ, କ୍ଷୀର, ଚକୋଲେଟ ସିରପ, ବାଦାମ ଏବଂ କାଜୁ ପକାଇ ସେକ୍ ବନାଇ ଦିଅନ୍ତୁ। ଏହି ସେକକୁ ଗ୍ଲାସରେ ବାହାର କରି ସେଥିରେ ଚିନି ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍ର ମିଲ୍କସେକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.