Below header

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ: ଖର୍ଚ୍ଚ ହେବ ପ୍ରାୟ ୬ ଶହ କୋଟି ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍):ସଜେଇ ହୋଇଛି ନନ୍ଦନକାନନ। ୬ଟି ବାଘ ଛୁଆଙ୍କ ନାମକରଣ ସହ ବଜ୍ରକାପ୍ତାକୁ ଛଡ଼ାଯାଇଛି। ନନ୍ଦନକାନନ ପ୍ରତିଷ୍ଠା ଦିବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। କୋଭିଡ କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଛି ୬୨ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୬ଶହ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମାଷ୍ଟର ପ୍ଲାନକୁ ମଂଜୁର କରିଛି ଜଙ୍ଗଲ ଓ ପରିବେଶ ବିଭାଗ। ପ୍ରାଣୀ ଉଦ୍ୟାନର ରୂପରେଖ ବଦଳାଇବା ସହ ଦେଶ ଓ ଦେଶ ବାହାରୁ ନୂଆ ବନ୍ୟଜନ୍ତୁ ଆଣିବାର ବ୍ୟବସ୍ଥା କରାଯିବ। ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇଥିବା ଟୟ ଟ୍ରେନ୍‌ କୁ କାଯ୍ୟର୍କ୍ଷମ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ଶିଶୁ ରେଳଗାଡି ଓ ବହୁତଳ ପାର୍କିଂ ପଯ୍ୟର୍ଟକମାନଙ୍କ ବ୍ୟବହାର ପାଇର୍ କାଯ୍ୟର୍କ୍ଷମ କରାଯିବ ବୋଲି କହିଛନ୍ତି ପିସିସିଏଫ୍‌।

 ପ୍ରତିଷ୍ଠା ଦିବସରେ ବାଘୁଣୀ ମେଘାର ୩ଟି ଛୁଆ ସୋହିନୀ, ଅଭୟ ଓ ବିବେକ ଓ ବାଘୁଣୀ ବିଜୟାର ତିନି ଛୁଆ ରକି,ବଂଶୀ ଓ ରାକେଶଙ୍କ ନାମକରଣ କରାଯାଇଥିଲା। ଏମାନଙ୍କୁ ଦେଖି ପର୍ଯ୍ୟଟକ ବେଶ ଖୁସି ପ୍ରକାଶ କରିଥିଲେ। ପ୍ରାଣୀ ଉଦ୍ୟାନରେ ୨୫ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି। କରୋନା କଟକଣା ଭିତରେ ନନ୍ଦନକାନନ କୁ ବହୁ ପଯ୍ୟର୍ଟକ ବୁଲିବାକୁ ଆସୁଛନ୍ତି। ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବା ସହ ପକ୍ଷୀ ଓ ସରୀସୃପ ଦେଖି ମଧ୍ୟ ପିଲା ଖୁସି ହେଉଛନ୍ତି।୬୨ତମ ପ୍ରତିଷ୍ଠା ଦିବସରେ ବହୁ ପୂର୍ବତନ ପିସିସିଏଫ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହାସହ ବାର୍ଷିକ ବିବରଣୀ ସହ ନନ୍ଦନକାନନ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି। ଏହି ଅବସରରେ ଜୀବଜନ୍ତୁ ମାନଙ୍କ ସେବା କରି ସେମାନଙ୍କୁ ପାଳନ କପି ଆସୁଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.