ଶୀତ ଦିନେ ଖାଆନ୍ତୁ ଏହି ସୁପର ଫୁଡ, ଇମ୍ୟୁନିଟି ମଜବୁତ ହେବା ସହ ପାଖ ମାଡ଼ିବନି ରୋଗ

ଶୀତ ଦିନେ ବହୁ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ମିଳିଥାଏ । ଶରୀରର ଇମ୍ୟୁନିଟି ବୃଦ୍ଧି ସହ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ସବୁ ଜିନିଷର ଭରପୁର ଫାଇଦା ଉଠାନ୍ତୁ । ଶୀତ ଦିନେ ଏହି ସବୁ ଜିନିଷକୁ ସୁପର ଫୁଡ ବୋଲି କୁହାଯାଇଛି । ଯାହାକି ଆମର ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ଏହି ଖାଦ୍ୟ ।

ଆଖୁ : ଶୀତ ଦିନେ ଆଖୁ ରସର ବହୁତ ଫାଇଦା ହୋଇଥାଏ । ଆଖୁ ରସରେ ଭରପୁର ଫାଇବର ରହିଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭାକାରୀ ହେବ । ଏହା ସହିତ ଆପଣଙ୍କ ମେଟାବୋଲିଜମକୁ ମଧ୍ୟ ବୃଦ୍ଧି କରିବାରେ ଆଖୁ ରସ ସହାୟକ ହୋଇଥାଏ ।

ବେରୀ : ବେରୀକୁ ଜଳଖିଆରେ ନେଇ ପାରିବେ । ଏହାକୁ ସଲାଡରେ ମଧ୍ୟ ବ୍ୟବହାର କରାଯାଇପାରେ । ବେରୀରେ ଭିଟାମିନ ସି ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯାହା ଚର୍ମ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା ବୟସ ବଢ଼ିବା ପ୍ରକ୍ରିୟାକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ ।

ତେନ୍ତୁଳି : ତେନ୍ତୁଳିରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ଏଥିରେ ଆଦୌ ଫ୍ୟାଟ ନଥିବାରୁ ଏହା ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିହିଷ୍ଟାମିନକ ଗୁଣ ପାଇଁ ଆଲର୍ଜି, ଆଜମା ଓ କାସ ପାଇଁ ଏହା ବହୁତ ପ୍ରଭାବୀ ହୋଇଥାଏ । ଏହାଛଡ଼ା ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥିବାରୁ ସର୍ଦ୍ଦି ଓ କାସ ରୋକିବା ପାଇଁ ଏହା ଇମ୍ୟୁନିଟି କ୍ଷମତାକୁ ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.