ଚାଣକ୍ୟ ନୀତି : ଏପରି ଲୋକଙ୍କୁ କେବେ ହୋଇ ନଥାଏ କଷ୍ଟ, ପୃଥିବୀରେ ପାଇଥାନ୍ତି ସ୍ୱର୍ଗ ସୁଖ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟ ସର୍ବଦା ନିଜ ଗୁଣର ବିକାଶ ପାଇଁ ଧ୍ୟାନ ଦେବା ଜରୁରୀ । ମନୁଷ୍ୟ ଜୀବନ ଏକ ଅମୁଲ୍ୟ ଜୀବନ । ଚାଣକ୍ୟ ନିଜ ନୀତି ମାଧ୍ୟମରେ ଜୀବନର ମୂଲ୍ୟକୁ ବୁଝିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ସୁଖ କାମନା କରିଥାନ୍ତି । ହେଲେ ପ୍ରକୃତ ସୁଖ କ’ଣ ଏହାକୁ କେହି ଜାଣନ୍ତି ନାହିଁ । ଚାଣକ୍ୟ ବହୁତ ସହଜ ଉପାୟରେ ପ୍ରକୃତ ସୁଖ ସମ୍ପର୍କରେ କହିଛନ୍ତି । ଯେଉଁ ଲୋକ ପାଖରେ ଏପରି ବ୍ୟକ୍ତି ଥାଆନ୍ତି ସେମାନେ ପୃଥିବୀରେ ମଧ୍ୟ ସ୍ୱର୍ଗ ସୁଖ ପାଇଥାନ୍ତି ।

କେବଳ ଧନପ୍ରାପ୍ତି ପ୍ରକୃତ ସୁଖ ନୁହେଁ : ଚାଣକ୍ୟ ନୀତି ଅନୁସାରେ ସୁଖର କୌଣସି ସୀମା ନାହିଁ । ସାଧାରଣତଃ ଲୋକେ ଧନ ପ୍ରାପ୍ତିକୁ ଅସଲ ସୁଖ ଭାବିଥାନ୍ତି । ହେଲେ ଚାଣକ୍ୟଙ୍କ ଅନୁସାରେ ଏହାହି ଁ ଭ୍ରମ । ଚାଣକ୍ୟଙ୍କ ଅନୁସାରେ ଯଦି କେହି ନିଜ ମନ ଉପରେ ନିୟନ୍ତ୍ରଣ କରିଦିଅନ୍ତି । ତେବେ ଜୀବନରେ ତାହାହିଁ ପ୍ରକୃତ ସୁଖ ହୋଇଥାଏ ।

କଥା ମାନୁଥିବା ପତ୍ନୀ : ଚାଣକ୍ୟଙ୍କ ଅନୁସାରେ ଯଦି ଜଣେ ବ୍ୟକ୍ତିର ପତ୍ନୀ ତାଙ୍କର କଥା ମାନିଥାନ୍ତି ସେ ହିଁ ସବୁଠୁ ଅଧିକ ସୁଖୀ ହୋଇଥାନ୍ତି । ପତିର ସଫଳତାରେ ଜଣେ ଆଜ୍ଞାକାରୀ ପତ୍ନୀର ବହୁତ ଯୋଗଦାନ ରହିଛି । ଏହାଛଡ଼ା କୁଳୀନ ଓ ଯୋଗ୍ୟ ପତ୍ନୀ ସୁଖ ଦୁଃଖରେ ସର୍ବଦା ସାଙ୍ଗ ହୋଇଥାନ୍ତି । ଯେଉଁଥିପାଇଁ ବ୍ୟକ୍ତିକୁ କଷ୍ଟ ସହିବାକୁ ପଡ଼ିନଥାଏ ।

ଆଜ୍ଞାକାରୀ ସନ୍ତାନ : ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିର ପୁତ୍ର ଆଜ୍ଞାକାରୀ ହୋଇଥାନ୍ତି । ସେମାନଙ୍କ ପାଇଁ ଏହି ପୃଥିବୀ ମଧ୍ୟ ସ୍ୱର୍ଗ ଭଳି ହୋଇଥାଏ । ଯୋଗ୍ୟ ଓ ଆଜ୍ଞାକାରୀ ସନ୍ତାନ ସର୍ବଦା ନିଜର ବଂଶ ଓ କୁଳର ନାମ ରଖିଥାନ୍ତି । ଯେଉଁ ବ୍ୟକ୍ତିଙ୍କୁ ସନ୍ତାନଙ୍କର ଏପରି ସୁଖ ମିଳିଥାଏ ସେହି ବ୍ୟକ୍ତିଙ୍କ ପାଇଁ ଆଉ ବଡ଼ ସୁଖ କିଛି ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.