Below header

ଖୋର୍ଦ୍ଧା, ବାରିପଦା ପରେ ଏବେ ଆସନ୍ତା ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଓ ବାରିପଦା ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା । ଡିସେମ୍ବର ୨୪ ଖୋର୍ଦ୍ଧା ସାଧାରଣ ସଭାରେ ବିଜେଡି କିମ୍ବା ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ମୋଦି । ଏହାପରେ ଗତକାଲି ବାରିପଦା ବିଜେପି ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ନିଶାନାରେ ଥିଲା କଂଗ୍ରେସ । ଏଠାରେ ମଧ୍ୟ ବିଜେଡି କିମ୍ବା ନବୀନ ନାଁ ନେଇନଥିଲେ ମୋଦି । ତେବେ ରାଜ୍ୟରେ ମହିଳାମାନେ ଅବହେଳିତ ବୋଲି କହିଥିଲେ । ସେପଟେ ମୋଦିଙ୍କ ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । କହିଛି ଉଭୟ ବିଜେଡି-ବିଜେପି ଭିତରେ ଚାଲିଛି କୋଳାକୋଳି । ଗୋଟିଏ ଭୋଟ ବିଜେଡିକୁ ଦେଲେ ସେହି ଭୋଟ ବିଜେପିକୁ ଯିବ ।

ଖୋର୍ଦ୍ଧା, ବାରିପଦା ପରେ ଏବେ ଆସନ୍ତା ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ । ପୂର୍ବରୁ ସେ ଜାନୁଆରୀ ୧୬ରେ ଆସିବାର ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି । ବିଜେପି ବିଧାୟକ ଦଳ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ସବୁଠି ସମାଲୋଚନା କରିଛନ୍ତି, କିନ୍ତୁ ଗଣମାଧ୍ୟମ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । ବଲାଙ୍ଗିର ଗସ୍ତରେ ଆସିଲେ ବି ସେ ସମାଲୋଚନା କରିବେ । ସେପଟେ ବିଜେଡି କହିଛି ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରିଆସୁଛୁ ।

ଆଉ କେଇ ମାସ ପରେ ବିଧାନସଭା ଓ ସାଧାରଣ ନିର୍ବାଚନ । ଏହାପୂର୍ବରୁ ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ପଦ୍ମ ମଉଳିବା ପରେ ବିଜେପି ସ୍ୱର ଏବେ ନରମି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.