Below header

ମାମଲାର ବିଧିବଦ୍ଧ ତଦନ୍ତ ହୋଇନାହିଁ, ଚାପରେ ମହାରଥୀ ଇସ୍ତଫା ଦେଇଛନ୍ତି : ନରସିଂହ ମିଶ୍ର

ଭୁବନେଶ୍ବର : ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବିଭିନ୍ନ ଦଳ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ନେତା ଓ ପିସିସି ସଭାପତି। ଚାପରେ ମହାରଥୀ ଇସ୍ତଫା ଦେଇଛନ୍ତି ବୋଲି କହିଛତି ନରସିଂହ ମିଶ୍ର । ମାମଲାର ବିଧିବଦ୍ଧ ତଦନ୍ତ ହୋଇନାହିଁ କିମ୍ବା ପୋଲିସ ମଧ୍ୟ କୌଣସି ଭୂମିକା ନେଇନାହିଁ ବୋଲି ସେ କହିଛନ୍ତି । କୋର୍ଟଙ୍କ ରାୟ ପରେ ନିନ୍ଦନୀୟ ମନ୍ତବ୍ୟ ହିଁ ଗାଦି ଛାଡ଼ିବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟର ସମସ୍ତ ମହିଳାଙ୍କ ଗରିମା ଅକ୍ଷୁର୍ଣ୍ଣ ରଖିବା ଓ ସୁରକ୍ଷା ପ୍ରଦାନ ନେଇ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.