Below header

ଗଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ କଲେ ଶିକ୍ଷକ, ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉଡୁଥିଲା

ସାଲେପୁର(କେ ନ୍ୟୁଜ): ଗୁରୁ ଭୁଲିଗଲେ ଗୁରୁ ଦାୟିତ୍ୱ । ଜାତୀୟ ପତାକାକୁ କଲେ ଅସମ୍ମାନ । ରାତି ତମାମ ସ୍କୁଲ ପରିସରରେ ଉଡୁଥିଲା ଜାତୀୟ ପତାକା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଘଟଣା । ଗତକାଲି ଠାରୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ପତାକା ଉଡୁଥିଲା ।

ପରେ ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ୍‌ କର୍ମଚାରୀ ପହଞ୍ଚି ପତାକାକୁ ଅବତରଣ କରିଥିଲେ । ଖବର ପାଇ ସାଲେପୁର ଆଡିସନାଲ ବ୍ଲକ ଅଫିସର ଓ ବ୍ଲକ ଉପାଧ୍ୟକ୍ଷ ପହଞ୍ଚି ଘଟଣାକୁ ନିନ୍ଦା କରିବା ସହ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.