Below header

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର(କେନ୍ଯୁଜ୍): ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ୭ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ୨ଟି ଟିମ୍‌ ଗଠନ ହୋଇଛି । ପ୍ରତ୍ୟେକ ଟିମ୍‌ରେ ୭ଜଣ ଲେଖାଏଁ ସଦସ୍ୟ ନିୟୋଜିତ ଅଛନ୍ତି ।

ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଛନ୍ତି । ଭିତରକନିକାର ବିଭିନ୍ନ ସ୍ଥାନରେ ବସା ବାନ୍ଧିଛନ୍ତି ଏହି ଦେଶୀୟ ପକ୍ଷୀ । ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ପ୍ରଭୃତି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.