Below header

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏଲ୍‌. ଏନ୍‌ ମିତ୍ତଲ, ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ନେଇ ଆଲୋଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆର୍ସେଲର ମିତ୍ତଲର ଚେୟାରମ୍ୟାନ୍‌ ତଥା ସିଇଓ ଲକ୍ଷ୍ମୀ ନିଓ୍ଵାସ ମିତ୍ତଲ । ନବୀନ ନିବାସରେ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହେଉଛି । ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ନେଇ ଆଲୋଚନା କରାଯାଉଛି । ୨୦୨୦ ଜୁନ୍‌ ୧୩ ତାରିଖରେ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଓ ଏଲ୍‌ ଏନ୍‌ ମିତ୍ତଲ ।

ଓଡ଼ିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ଆର୍ସେଲର ମିତ୍ତଲ । ଏଥିପାଇଁ ଏଲ୍‌. ଏନ୍‌ ମିତ୍ତଲଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶାରେ ଇସ୍ପାତ କ୍ଷେତ୍ରକୁ ଆହୁରି ସୁଦୃଢ କରାଯିବା ସହ ଯୁବକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏଲ୍‌. ଏନ୍‌ ମିତ୍ତଲ କହିଥିଲେ, ସାଗାସାଇ ଓ ଠାକୁରାଣୀ ଖଣି ମିଳିଛି । ଅକ୍ସନ ଜରିଆରେ ଗୋଟିଏ ଖଣି ମିଳିଥିଲା । ନିଲାମ ପ୍ରକ୍ରିୟାକୁ ସେ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.