ନିଜର ବଡ଼ ଗାଲ ପାଇଁ ଚର୍ଚ୍ଚିତ ୟୁକ୍ରେନ୍‌ର ଏହି ମଡେଲ, କିନ୍ତୁ ପ୍ରି-ସର୍ଜରୀ ଫଟୋ ଦେଖିଲେ କେବେ ବି ଚିହ୍ନି ପାରିବେନି ଆପଣ

ସାରା ବିଶ୍ୱରେ ନିଜର ହିଁ ସବୁଠୁ ବଡ଼ ଗାଲ ଥିବା ନେଇ ୟୁକ୍ରେନ୍‌ର ଜଣେ ମଡେଲ ଦାବି କରନ୍ତି। ସେ ଏକ ଥ୍ରୋବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି କି, ମଡେଲ ଜଣକ ଚେହେରାରେ ବିଭିନ୍ନ କସ୍‌ମେଟିକ ସର୍ଜରୀ କରାଇବା ପୂର୍ବରୁ କେମିତି ସୁନ୍ଦର ଦେଖାଯାଉଥିଲେ। ତାଙ୍କ ନାଁ ଅନାସ୍ତାସିଆ ପୋକ୍ରେଶଚୁକ୍‌, ଯିଏକି ନିଜ ଗାଲ ଏବଂ ଓଠକୁ ନେଇ ବେଶ୍‌ ଚର୍ଚ୍ଚିତ। ରିପୋର୍ଟ ମୁତାବକ, ଏହା କେବଳ କସ୍‌ମେଟିକ ସର୍ଜରୀର ପରିଣାମ।

୩୨ ବର୍ଷୀୟା ଅନାସ୍ତାସିଆ ଯେବେ ମଡେଲିଂ ଆରମ୍ଭ କରିଥିଲେ, ତ ସେ ନିଜ ଲୁକ୍‌କୁ ବଦଳାଇବା ପାଇଁ ବିଭିନ୍ନ କସ୍‌ମେଟିକ ସର୍ଜରୀ କରାଇଥିଲେ। ଗତ ୬ ବର୍ଷ ଧରି ସେ ଏପରି କରିଚାଲିଛନ୍ତି। କେବଳ ଗାଲ କି ଓଠ ନୁହେଁ, ଶରୀରକୁ ମଧ୍ୟ ଅନେକ ପରିବର୍ତ୍ତନ କରାଇଛନ୍ତି। ଏହାର ଫଟୋଗୁଡ଼ିକୁ ଅନାସ୍ତାସିଆ ଲଗାତାର ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଚାଲିଥାଆନ୍ତି।

ଅନାସ୍ତାସିଆଙ୍କ ଅଧିକାଂଶ ଫଟୋରେ ତାଙ୍କ ଗୋଲାପି କେଶ, କନ୍‌ଟାକ୍ଟ ଲେନ୍ସ ଏବଂ ନାଟକୀୟ ମେକ୍‌ଅପ ଆପଣ ଦେଖିବାକୁ ପାଇପାରିବେ। ତେବେ ସେ ଥ୍ରୋବ୍ୟାକ୍‌ ଫଟୋରେ କ୍ୟାପସନ ଲେଖିଛନ୍ତି, ‘ପରିବର୍ତ୍ତନ: ୨୬ ଏବଂ ୩୨। ଆପଣ କାହାକୁ ବାଛିବେ’? ଏହି ପୋଷ୍ଟକୁ ୨୨,୦୦୦ରୁ ଅଧିକ ଲାଇକ ମିଳିଥିବା ବେଳେ ୟୁଜରମାନେ ନାନା କମେଣ୍ଟ ଦେବାରେ ଲାଗିଛନ୍ତି। ପ୍ରି-ସର୍ଜରୀ ଫଟୋରେ ଅନାସ୍ତାସିଆ ବହୁତ ସିମ୍ପଲ୍‌ ଲୁକ୍‌ରେ ନଜର ଆସୁଛନ୍ତି। ତାଙ୍କ କହିବା ହେଲା, ‘ସେ ଅନ୍ୟ ଲୋକଙ୍କ ପାଇଁ ଅଜବ ଲାଗୁଥିଲେ ମଧ୍ୟ ଏଥିରେ ତାଙ୍କୁ କିଛି ଫରକ ପଡ଼େ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.