Below header

ବରଗଡ଼ରେ ମୁଖ୍ୟମନ୍ତ୍ରୀ , କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

ବରଗଡ଼(କେନ୍ୟୁଜ୍) : ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋହେଲା ବ୍ଲକର ଇଚ୍ଛାପାଲିରେ ଆୟୋଜିତ ଚାଷୀ ମହାସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ନବୀନ। କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା। ସାରା ଦେଶକୁ ବାଟ ଦେଖାଇଛି କାଳିଆ ଯୋଜନା। କେନ୍ଦ୍ର ଯୋଜନାଠୁ କାଳିଆ ଯୋଜନା ଭଲ ବୋଲି କହିଛନ୍ତି। ଏହାପରେ ବରଗଡ଼ ଜିଲ୍ଲାରୁ କାଳିଆ ଯୋଜନାରେ ଦ୍ୱିତୀୟ ପର‌୍ୟ୍ୟାୟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି। ସୋହେଲା ବ୍ଲକର ଇଚ୍ଛାପାଲିରେ ଆୟୋଜିତ ହୋଇଥିଲା ଚାଷୀ ମହାସମାବେଶ। କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଚାଷୀ ସୁଫଳ ପାଇଛନ୍ତି । ଚାଷୀ ଭାଇ ନିଜ ପିଲାଙ୍କୁ ଭଲ ପାଠ ପଢ଼ାନ୍ତୁ ବୋଲି ନବୀନ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ। କାଳିଆ ଯୋଜନାରେ ବିନା ସୁଧରେ ଋଣ ଦିଆଯାଉଛି। ସମାବେଶରେ ୬ଟି ଜିଲ୍ଲାର ଚାଷୀ, ମହିଳା ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ। ଏହି ଅବସରରେ ୪୫୫ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଭିତରେ ରହିଛି ସୋହେଲା-ନୂଆପଡ଼ା ରୋଡ୍‌ ବିଜୁ ଏକ୍ସପ୍ରେସ ୱେ। ସେହିପରି ୧୪୯୫ କୋଟିରୁ ଅଧିକ ଟଙ୍କାରେ ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀା ଏହା ଭିତରେ ରହିଛି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ପଦ୍ମଶ୍ରୀ ହଳଧରନାଗ ସମ୍ବଲପୁରୀ-କୋଶଳୀ ଗବେଷଣା କେନ୍ଦ୍ର ଭଳି ବହୁ ପ୍ରକଳ୍ପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.