Below header

ହିଞ୍ଜିଳି ନା ବିଜେପୁର, କେଉଁ ଆସନ ଛାଡିବେ ନବୀନ : ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର, କହିଲେ ହୋଇନି ନିଷ୍ପତ୍ତି

କେନ୍ୟୁଜ୍ : ହିଞ୍ଜିଳି ଓ ବିଜେପୁର ଆସନରୁ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଏହି ଦୁଇ ଆସନରୁ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାକ୍ଷାତକାର ଦେଇ କହିଛନ୍ତି, କେଉଁ ଆସନ ଛାଡିବେ ସେନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତାଙ୍କ ପରିବାରର କେହି ହିଞ୍ଜିଳି କିମ୍ବା ବିଜେପୁର ନିର୍ବାଚନରେ ଲଢିବେ ନାହିଁ ବୋଲି କହିଛନ୍ତି ନବୀନ ।

naveenସେହିପରି ବିଜେପି ୮ ସାଂସଦ ଜିତିବା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ନବୀନ । କହିଛନ୍ତି, ଏହି ସବୁ ଆସନରେ ବଡ଼ ବ୍ୟବଧାନ ନାହିଁ । ନିର୍ବାଚନ ସମୟରେ ରାହୁଲ ଗାନ୍ଧି ଆସି ଓଡ଼ିଶାରେ ପ୍ରଚାର କରିଥିଲେ । ନବୀନ କହିଛନ୍ତି ରାହୁଲ ଗାନ୍ଧି, ବହୁତ ଚେଷ୍ଟା କରିଛନ୍ତି । ହେଲେ ସେପରି କୌଣସି ସୁଫଳ ମିଳିଲା ନାହିଁ । ସେହିପରି ଫନି ବାତ୍ୟା ନେଇ ନବୀନ କହିଛନ୍ତି, ଫନି ମୁକାବିଲାରେ ୨୪ ଘଣ୍ଟା ମଧ୍ୟରେ ୧୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲା । ରାଜ୍ୟରେ ଲଗାତର ପ୍ରାକୃତିକ ବିପର୍ଯ୍ୟୟ ହେଉଛି । ଏଥିପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରାଯାଇଥିବା କହିଛନ୍ତି ନବୀନ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ସବୁ ବେଳେ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଛି ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.