ସମସ୍ତ ନୂଆ ଓ ପୁରଣା ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ସମସ୍ତଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ବର(କେନ୍ୟୁଜ୍) : ସମସ୍ତ ନୂଆ ଓ ପୁରଣା ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସଙ୍ଗଠନକୁ ସୁଦୃଢ ଓ ଆଗକୁ ବଢାଇବା ନେଇ ବିଧାୟକଙ୍କୁ ମନ୍ତ୍ର ଦେଇଛନ୍ତି। ନିଜର ବ୍ୟବହାର ସରଳ ଓ ବିନମ୍ର କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ନବୀନ ନିବାସରେ ସମସ୍ତ ବିଧାୟକଙ୍କ ସହ ଦଳୀୟ ସଙ୍ଗଠନ ସମ୍ପର୍କରେ ଆଲୋଚନା ହୋଇଛି। ବିଧାୟକ ଅନନ୍ତନାରାୟଣ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି, ସଭାପତି କିଛି ନୂଆ ଦିଗଦର୍ଶନ ଦେଇଛନ୍ତି। ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛ ପୂରଣ ପାଇଁ କହିଲେ। ସେହିପରି ବିଧାୟକ ସୁଶାନ୍ତ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି , ନମ୍ର ଭାବରେ ରହି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ପ୍ରଥମ ପ୍ରାଧାନ୍ୟ ହେବା ଉଚିତ୍‌। ସେହିପରି ଲୋକଙ୍କ ଆଶା ଓ ଭରସା ଅତୁଟ ରଖିବାକୁ ବୈଠକରେ ସମସ୍ତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.