Below header

ବିଜେପୁରରେ ନିଶ୍ଚିତଭାବେ ଆସନ ଦଖଲ କରିବ ଦଳ : ମୁଖ୍ୟମନ୍ତ୍ରୀ

ବିଜେପୁର: ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ। ନିଶ୍ଚିତଭାବେ ଆସନ ଦଖଲ କରିବ ଦଳ। ଏନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ଦିଲ୍ଲୀ ଗସ୍ତ ସଫଳ ହୋଇଥିବା କହିଛନ୍ତି ନବୀନ। କେନ୍ଦ୍ର ପାଖରେ ପଡ଼ିଥିବା ବକେୟା ପ୍ରକଳ୍ପ ଗୁଡ଼ିକ ବହୁତ ଜଲ୍‌ଦି କାର୍ଯ୍ୟକାରୀ ହେବ। ଏହାସହ ଫନି ପାଇଁ ସହାୟତା ଓ ଜଗାକାଳିଆଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୁରୀକୁ ଏକ ସୁନ୍ଦର,ଐତିହ୍ୟ ସହର ଭାବେ ଗଢ଼ିବା ସ୍ୱପ୍ନ ବୋଲି କହିଛନ୍ତି ନବୀନ। ଆମିକସ୍‌ କ୍ୟୁରି ପୁରୀ ନେଇ ମୋ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.