ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ‘ତେଜସ୍‌’ରେ ଉଡିଲେ ରାଜନାଥ ସିଂହ

‘ତେଜସ୍‌’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ରେ ଉଡିଲେ ରାଜନାଥ ସିଂହ । ବେଙ୍ଗାଳୁରୁର ସୁଲୁର ଏୟାର ଫୋର୍ସ ଷ୍ଟେସନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ତେଜସ୍‌ରେ ବସି ଉଡାଣ ଭରିଥିଲେ । ୩ ବର୍ଷ ପୂର୍ବେ ଲଢୁଆ ବିମାନ ତେଜସ୍‌ ବାୟୁସେନାରେ ସାମିଲ ହୋଇଥିଲା । ଏବେ ଅପଗ୍ରେଡ ଭର୍ସନ ଆସିବାକୁ ଯାଉଛି । ଏହା ଏକ ହାଲୁକା ଲଢୁଆ ବିମାନ । ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍‌ସ ଲିମିଟେଡ ପ୍ରସ୍ତୁତ କରିଛି । ୮୩ ତେଜସ୍‌ ବିମାନ ପାଇଁ ଏଚ୍‌ଏଲ୍‌କୁ ପାଖାପାଖି ୪୫ ହଜାର କୋଟି ଟଙ୍କା ମିଳିବ । ତେଜସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ସେତେବେଳେ ଉଡାଣ ଭରିଛନ୍ତି, ଯେତେବେଳେ ଏଚ୍‌ଏଏଲ୍‌କୁ ଦେଶରେ ୮୩ ଏଲ୍‌ସିଏ ମାର୍କ ୧ ଏ ବିମାନ ନିର୍ମାଣ ପାଇଁ ୪୫ ହଜାର କୋଟି ଟଙ୍କାର ପରିଯୋଜନା ମିଳିବାକୁ ଯାଉଛି ।

‘ତେଜସ୍‌’ ଯୁଦ୍ଧ ବିମାନର କ’ଣ ରହିଛି ବିଶେଷତ୍ୱ ?

ଏହା ଆକାଶ ମାର୍ଗରୁ ଆକଶ ମାର୍ଗ ଓ ଆକାଶ ମାର୍ଗରୁ ତଳକୁ ମିସାଇଲ୍‌ ମାଡ କରିପାରେ । ଏଥିରେ ଏଣ୍ଟିସିପ୍‌ ମିସାଇଲ, ବମ୍‌ ଓ ରକେଟ୍‌ ନିଆଯାଇପାରିବ । ତେଜସ୍‌ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୫୦୦ ଥର ଉଡାଣ ଭରିସାରିଛି । ତେଜସ୍‌ ଏକାଧରେ ୫୪ ହଜାର ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଡାଣ ଭରିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.