ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଓ ଖୋର୍ଦ୍ଧା ଗସ୍ତ, BSKY ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

କଟକ/ବେଗୁନିଆ(କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ। ଆଜି କଟକ ଜିଲ୍ଲା ଗସ୍ତରେ ଆସି BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍‌ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପୋଲିସ ବ୍ରିଫିଙ୍ଗ ଓ କାରକେଡ ରିହରର୍ସଲ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲିଯାତ୍ରା ପଡିଆ ସଭାସ୍ଥଳ ଓ ହେଲିପ୍ୟାଡ଼ ନିକଟରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ହେଲିକ୍‌ପ୍ଟର ଯୋଗେ ୧୦ଟା ୪୫ରେ ବାଲିଯାତ୍ରା ପଡ଼ିଆରେ ପହଁଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ପରେ ବିଶ୍ୱସ୍ତରୀୟ ଏମ୍‌ସ ପ୍ଲସ ଏସିସବି ହସ୍ପିଟାଲର ଶୁଭାରମ୍ଭ କରିବେ । ଜିଲ୍ଲାର ଅନେକ ଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଅନ୍ୟ କିଛି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ଯପଟେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମଧ୍ଯ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ବି ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବେ ନବୀନ । ୧୨୬ଟି ପ୍ରକଳ୍ପର ଉଦଘାଟନ ଓ ୪୦୭ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୧୧ଟା ୪୦ ମିନିଟରେ ହେଲିକପ୍ଟର ଯୋଗେ ବେଗୁନିଆ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ତିନି ଆଡିସିନାଲ ଏସ୍‌ପି, ସାତ ଡିଏସପି, ପନ୍ଦର ଇନ୍ସପେକ୍ଟରକଂ ସହିତ ୯ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.