ଆଜିଠୁ ପ୍ରଚାର ମୈଦନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ , ସାମିଲ ଅଛନ୍ତି ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାରୁ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ନବୀନ । ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ଘୋଷଣା ପରେ ପ୍ରଥମ ଥର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସଭାପତି । ନୟାଗଡ଼ ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗ ଦେବେ ନବୀନ । ଦିନ ୧୧ଟା ବେଳେ ସଭାସ୍ଥଳରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏଠାରେ ନୟାଗଡ଼ ଜିଲ୍ଲାର ଚାରିଗୋଟି ନିର୍ବାଚନମଣ୍ଡଳୀର ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଥର ଥର କୌଣସି ଦଳୀୟ ସଭାରେ ଯୋଗ ଦେବାକୁ ଯାଉଛନ୍ତି ନବୀନ । ପ୍ରଥମ ଦୁଇଟି ପର‌୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ତାଲିକା ଘୋଷଣା କରିଥିବା ବେଳେ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏବେ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ ।

list

ଷ୍ଟାର ପ୍ରଚାରକ ତାଲିକା

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି। ତାଲିକାରେ ଅଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାକ, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର‌୍ୟ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୂର‌୍ୟ୍ୟନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ଏନ୍. ଭାସ୍କର ରାଓ। ସେହିପରି ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ରବି ନାରାୟଣ ପାଣି, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମଲ୍ଲିକ, ଅନୁଭବ ମହାନ୍ତି, କିଶୋର ମହାନ୍ତି, ନବ କିଶୋର ଦାସଙ୍କ ନାଁ ରହିଛି। ସେହିପରି ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ସିଦ୍ଧାନ୍ତ ମହାପାତ୍ର, ଚନ୍ଦ୍ର ସାରଥୀ ବେହେରା, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ସୁବାସ ସିଂହ, ସୁଶାନ୍ତ ସିଂହ, ଅନନ୍ତ ନାରାୟଣ ଜେନା, ଆକାଶ ଦାସ ନାୟକ, ମୁନ୍ନା ଖାନ, ମୀନତି ବେହେରା, ତେଜେଶ୍ୱର ପରିଡ଼ା, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, କୁନା ତ୍ରିପାଠୀ, ଅରିନ୍ଦମ ରାୟ, ଶ୍ରୀମୟୀ ମିଶ୍ର, ଅସୀମ ଅମିତାଭ ଦାସ, ଅମରେଶ ପତ୍ରୀ ଓ ରାଣାପ୍ରତାପ ପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.