Below header

କମ୍ବିଂ ଅପରେସନ୍ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ବହୁ ବିସ୍ଫୋରକ ସାମଗ୍ରୀ ଜବତ

କମ୍ବିଂ ଅପରେସନ୍ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ । ଗୁଳି ବିନିମୟରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଧ୍ବଂସ ହେଲା ମାଓ କ୍ୟାମ୍ପ । ବୌଦ୍ଧ-କନ୍ଧମାଳ ସୀମାନ୍ତବର୍ତ୍ତୀ ବୁଢ଼ାଖୋଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପକୁ ଧ୍ଵଂସ କରିଛି ସୁରକ୍ଷାବାହିନୀ ।

ବୌଦ୍ଧ (କେନ୍ୟୁଜ): କମ୍ବିଂ ଅପରେସନ୍ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ । ଗୁଳି ବିନିମୟରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଧ୍ବଂସ ହେଲା ମାଓ କ୍ୟାମ୍ପ । ବୌଦ୍ଧ-କନ୍ଧମାଳ ସୀମାନ୍ତବର୍ତ୍ତୀ ବୁଢ଼ାଖୋଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପକୁ ଧ୍ଵଂସ କରିଛି ସୁରକ୍ଷାବାହିନୀ । ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ ଚାଲିଥିଲା କମ୍ବିଂ ଅପରେସନ୍ ।

ଏତିକେବଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ବେଶ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କୁ ସାମନା କରି ନପାରି ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସେଠାରୁ ଆଇଡି ଲ୍ୟାଣ୍ଡମାଇନ୍ ସମେତ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.