ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ୍ , ୪ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ପୁଣି ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍ । ତାର ଅନ୍ୟ ଚାରି ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ କରିଛି ସ୍ପେଶାଲ ସ୍ୱାଡ୍ । କଟକ ସଦର ଥାନା ଅଞ୍ଚଳରୁ ସକିଲ ଓ ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଜବତ ହୋଇଛି ବନ୍ଧୁକ ଓ ଗୁଳି ।

କଟକ (କେନ୍ୟୁଜ): ପୁଣି ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍ । ତାର ଅନ୍ୟ ଚାରି ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ କରିଛି ସ୍ପେଶାଲ ସ୍ୱାଡ୍ । କଟକ ସଦର ଥାନା ଅଞ୍ଚଳରୁ ସକିଲ ଓ ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଜବତ ହୋଇଛି ବନ୍ଧୁକ ଓ ଗୁଳି । ଦାଦା ବଟି ଆଦାୟ ପାଇଁ ସେମାନେ ଯୋଜନା ଚଳାଇଥିଲେ । ଟାର୍ଗେଟରେ ଥିଲେ ବିଲ୍ଡର ଓ ବାଲିଘାଟ ବ୍ୟବସାୟୀ ।

ସୂଚନା ଅନୁସାରେ ଚୌଦ୍ବାର ଜେଲରେ ଥିବା ସମୟରେ ୨୦୧୯ ଡିସେମ୍ବର ୧୨ରେ ସକିଲ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ ମାଲିକ ସୂରଜ ଅଗ୍ରଵାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା । ଏହି ମାମଲାରେ ୧୪ ଜଣଙ୍କୁ ଦରଘାବଜାର ଥାନା ପୋଲିସ ଗିରଫ କରିଥିଲା । ୨୦୨୦ ମାର୍ଚ୍ଚ ୧୭ରେ ଦରଘାବଜାର ବାଉଁଶଗଳିର ଜଣେ ବ୍ୟବସାୟୀଙ୍କୁ ଭିଡିଓ କଲ୍‌ରେ ୫ ଲକ୍ଷ ଟଙ୍କା ବଟି ମାଗିଥିଲା । ଏଭଳି ସ୍ଥିତିରେ ଜେଲ କର୍ତ୍ତୃପକ୍ଷ ସକିଲକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରିଥିଲେ ।

ଏହିପରି ବହୁ ଅପରାଧିକ ମାମଲାରେ ଚୌଦ୍ବାର ଜେଲରେ ଥିବା ସକିଲ୍ ନିକଟରେ ଜେଲରୁ ଜାମିନରେ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲା । ସଦର ଅଞ୍ଚଳର ଦୁଇ ବ୍ୟବସାୟୀଙ୍କୁ ବଟି ମାଗି ଧମକ ଦେବା ସଂପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.