Below header

ଆକାଶରେ ଉଡ଼ିଲେ ହନୁମାନ, ଜୟ ଶ୍ରୀରାମ ଧ୍ଵନିରେ କମ୍ପିଲା ଜୟପୁର ସହର

ଜୟପୁର ଆକାଶରେ ଉଡ଼ିଲେ ହନୁମାନ । ଲୋକଙ୍କ ଭିଡ଼ ବି ଜମିଲା । ଜୟ ଶ୍ରୀରାମ ଧ୍ଵନିରେ କମ୍ପିଲା ସହର । ଉଡନ୍ତା ହନୁମାନ ଫଳ ବି ଖାଇଲେ। ପ୍ରାୟତଃ ୫୦/୬୦ ଫୁଟ ଉପରେ ହନୁମାନଙ୍କୁ ଦେଖି ଜୟ ଶ୍ରୀରାମ ଧ୍ଵନିରେ ଲୋକ ଉତ୍ସାହିତ ଥିଲେ ।

ଜୟପୁର(କେନ୍ୟୁଜ): ଜୟପୁର ଆକାଶରେ ଉଡ଼ିଲେ ହନୁମାନ । ଦେଖିବାକୁ ଲୋକଙ୍କ ଭିଡ଼ ବି ଜମିଲା । ଜୟ ଶ୍ରୀରାମ ଧ୍ଵନିରେ କମ୍ପିଲା ସାରା ସହର । ଉଡନ୍ତା ହନୁମାନ ଫଳ ବି ଖାଇଲେ। ପ୍ରାୟତଃ ୫୦/୬୦ ଫୁଟ ଉପରେ ହନୁମାନଙ୍କୁ ଦେଖି ଜୟ ଶ୍ରୀରାମ ଧ୍ଵନିରେ ଲୋକ ଉତ୍ସାହିତ ଥିଲେ।

ତେବେ ଏ ହନୁମାନ ଜଣକ ଥିଲେ ଜଣେ କଳାକାର । ଗତକାଲି ଆଧ୍ୟାତ୍ମିକ ରାହାଗିରିର ଶେଷ ଭାଗରେ ଦେଖିବାକୁ ମିଳିଥିଲା ଏଇ ଚିତ୍ର । ନୟାଗଡ଼ ରୁ ଆସିଥିବା ଏଇ କଳାକାର ମାନେ ଖୁବ ସୁନ୍ଦର ଭାବେ ରାମାୟଣ ମଞ୍ଚସ୍ତ କରିଥିଲେ । ଏଇ ଉଡନ୍ତା ହନୁମାନଙ୍କୁ ଦେଖିବାକୁ ପ୍ରବଳ ଜନ ଗହଳି ହୋଇଥିଲା ।

ତେବେ ଜୟପୁର ବିଧାୟକ, ବରିଷ୍ଠ ନେତା ଇଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୌରାଧକ୍ଷଙ୍କ ସମେତ ଅନେକ ଅଧିକାରୀ ଓ ସହରର ଜନସାଧାରଣ ଏଇ ନିଆରା ଅଧ୍ୟାତ୍ମିକ ରାହାଗିରିକୁ ମନଭରି ଉପଭୋଗ କରିଥିଲେ ।

ଏପଟେ ହନୁମାନ ବେଶଧାରୀ କଳାକାର ଜଣକ କହିଛନ୍ତି କି, ପ୍ରଭୁ ରଘୁନାଥ ଆଉ ହନୁମାନଙ୍କ ଆର୍ଶିବାଦରୁ ପ୍ରାୟ ୧୦ବର୍ଷ ହେବ ରାଜ୍ୟ ତଥା ରାଜ୍ୟ ବାହାରେ ବୁଲି ବୁଲି ଏଭଳି ଅଭିନୟ ସେ କରି ଆସୁଛନ୍ତି । ଆଉ ଏଥି ପାଇଁ ବିପୁଳ ମାତ୍ରାରେ ଲୋକଙ୍କ ପ୍ରଶଂସା ବି ତାଙ୍କୁ ମିଳୁଛି ।

ତେବେ ସତ କହିବାକୁ ଗଲେ ଏହି ରାହାଗିରିର ମଜା ଲୁଟିଥିଲେ ଜନତା । ଏପଟେ ପ୍ରତିଭା ପ୍ରଦର୍ଶନର ନିଆରା ମାଧ୍ୟମ ହେଉଛି ଏହି ପଥ ଉତ୍ସବ ବା ରାହାଗିରି । ଯାହା ଆଗାମୀ ଦିନରେ ଜୟପୁରବାସୀଙ୍କୁ ଆହୁରୀ ମନୋରଞ୍ଜନ ଯୋଗାଇ ଦେବ ଏଥିରେ ତିଳେ ମାତ୍ର ଦ୍ଵନ୍ଦ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.