ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲେ ଦିଅର ଓ ପୁତୁରା

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ଦିଅର ଓ ପୁତୁରା ହାତରେ ଯାଇଛି ମହିଳାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।

ମୟୂରଭଞ୍ଜ (କେନ୍ୟୁଜ): ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ । ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ଦିଅର ଓ ପୁତୁରା ହାତରେ ଯାଇଛି ମହିଳାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ଗାଁର ଵାଲାୟ ମୁର୍ମୁଙ୍କ ପତ୍ନୀ ମୀନତି ମୁର୍ମୁ।

ସୂଚନା ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ଗତ ବୁଧବାର ସନ୍ଧ୍ୟାରେ ମେଳା ବୁଲିବାକୁ ଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବଲାୟ ମୁର୍ମୁ । ରାତି ପ୍ରାୟ ୧୦ଟା ସମୟରେ ଘରକୁ ଫେରିବା ପରେ ସେ ଦେଖିଥିଲେ ଯେ ମୀନତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଛନ୍ତି । ସେ ସଙ୍ଗେସଙ୍ଗେ ୧୦୮ଆମ୍ବୁଲାନ୍ସକୁ ଡକାଇ ବାରିପଦା ସ୍ଥିତ PRM ମେଡିକାଲ କଲେଜକୁ ନେଇ ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ବଲାୟଙ୍କ ଭାଇ ଓ ପୁତୁରାମାନେ ମୀନତିଙ୍କୁ ଡାହାଣୀ ବୋଲି କହି ଗଣ୍ଡଗୋଳ କରି ଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.