ପାକ୍ ର ପାଲଟା ଜବାବ: ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କଲା ପାକିସ୍ତାନ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲା କରିବା ପରେ ତୀବ୍ର ହୋଇଛି ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଇରାନ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ପାକିସ୍ତାନ । ବଲୁଚିସ୍ତାନରେ ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କରିଛି ।

ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲା କରିବା ପରେ ତୀବ୍ର ହୋଇଛି ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଇରାନ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ପାକିସ୍ତାନ । ବଲୁଚିସ୍ତାନରେ ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କରିଛି । ପାକିସ୍ତାନ ସେନା ଇରାନ୍ ଠିକଣାରେ ହମଲା କରିଥିବା କହିଛି । ଇରାନର ୭ଟି ଆତଙ୍କବାଦୀ ଆଡ୍ଡା ଉପରେ କରିଛି ମିସାଇଲ ଆକ୍ରମଣ । ପାକ ମିଡିଆର ସୂଚନା ଅନୁସାରେ ଇରାନର ବଲୁଚିସ୍ତାନ ଲିବେରିସନ ଆର୍ମିକୁ ପାକ ସେନା ଟାର୍ଗେଟ କରିଛି। ପାକିସ୍ତାନର ଅଭିଯୋଗ ଅନୁସାରେ ଇରାନରେ ବଲୁଚିସ୍ତାନ ଲିବେରିସନ ଆର୍ମି ଓ ବଲୁଚିସ୍ତାନ ଲିବେରିସନ ଫୋର୍ସ ସକ୍ରିୟ ରହିଛି । ଯାହା ପାକ ବିରୋଧୀ ଗତିବିଧିକୁ ସମର୍ଥନ କରୁଛି ।

ତେବେ ପାକିସ୍ତାନର ଏୟାରଷ୍ଟ୍ରାଇକ ନେଇ ଦୁଇ ଦେଶ ସରକାରୀ ଭାବେ କୈଣସି ସୂଚନା ଦେଇନାହାଁନ୍ତି । ମଙ୍ଗଳବାର ବଲୁଚିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲା ଇରାନ ରିଭଲ୍ୟୁସନାରୀ ଗାର୍ଡ। ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ ଯୋଗେ କରିଥିଲା ହମଲା । ଏଥିରେ ସୁନି ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦଲର ଦୁଇଟି ବେସ୍ ଉଡ଼ିଥିଲା । ପାକ ଆତଙ୍କୀ ସଂଗଠନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦାବି କରିଛି ଇରାନ୍। ଏହି ସୁନି ଆତଙ୍କବାଦୀ ଗ୍ରୁପ୍ ଇରାନ ଭିତରେ ଆକ୍ରମଣ କରିବା ସହ ପାକିସ୍ତାନ ସେନା ଉପରେ ହମଲା କରିଥିବା ଇରାନ ଦାବି କରିଛି। ବଲୁଚିସ୍ତାନରେ ଏୟାର ଷ୍ଟ୍ରାଇକ୍ ପାକିସ୍ତାନର ସାର୍ବଭୌମତ୍ବ ଉପରେ ଆକ୍ରମଣ। ପରିଣାମ ଭୟଙ୍କର ହୋଇପାରେ ବୋଲି ପାକ ଚେତାବନୀ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.