Below header

ଛତିଶଗଡ଼ରେ ଓ ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ୧୩ରୁ ଅଧିକ ଗାଡି ଜାଳି ଦେଲେ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ମଡେନାର ଗାଁ ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା କାମରେ ନିୟୋଜିତ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ମୋଟର ସାଇକେଲକକୁ ମାଓବାଦୀ ଜାଳିଦେଇଛନ୍ତି । ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଏହି ଘଟଣା ପାଇଁ ଆମଦାୟୀ ଏରିଆ କମିଟି ନିଜକୁ ଦାୟୀ କରିଛି । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।

ସେପଟେ ଦନ୍ତେଓ୍ଵାଡା ଜିଲ୍ଲାର କିରଣ୍ଡୁଲରେ ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି । ଏସ୍‌ଆର ପ୍ଲାଣ୍ଟ ଆଗରେ ୯ଟି ଗାଡି ଜାଳି ଦେଇଛନ୍ତି । ୬ଟି ହାଇଓ୍ଵା, ଗୋଟିଏ ପୋକ୍ଲିନ୍‌ ଏବଂ ଦୁଇଟି ଡୋଜରକୁ ଜାଳି ଦେଇଛନ୍ତି ମାଓବାଦୀ । ପୂର୍ବରୁ ମାଓବାଦୀ ଖଣି ଖନନକୁ ବିରୋଧ କରୁଥିବା ବେଳେ ଏହାକୁ କମ୍ପାନୀ କର୍ତ୍ତୃପକ୍ଷ ଶୁଣିନଥିଲେ । ଫଳରେ ଏପରି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଉଛି । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.