Below header

ଯୁବତୀଙ୍କୁ ଦୁଷ୍କର୍ମ ମାମଲା: କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି ।

କଟକ (କେନ୍ୟୁଜ): କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ସୌରିନ୍‌ ଆଗୁଆ ଜାମିନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ହାଇକୋର୍ଟରେ ହୋଇଥିବା ତାଙ୍କର ଜାମିନ୍‌ ନାମଞ୍ଜୁର ଓ ଏବେ ଏନ୍‌ବିଡବ୍ଲ୍ୟୁ ବାହାରିବା ପରେ ସୌରିନ୍‌ଙ୍କୁ ସର୍ବୋଚ୍ଚ ଅଦାଲତରେ ଆଶ୍ୱସ୍ତି ମିଳିବ ନାହିଁ ଏବଂ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମହିଳା ଥାନା ପୋଲିସ ଆଶା ରଖିଛି ।

ସୂଚନା ଯୋଗ୍ୟ ଗତ ୧୨ତାରିଖରେ କଟକର ଜଣେ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ । କଟକ ସିଡିଏ ଅଞ୍ଚଳରେ ସୌରିନ ନେଇଥିବା ଭଡ଼ା ଘରେ ବି ତଦନ୍ତ କରିଥିଲା ପୋଲିସ । ଏନେଇ ଘର ମାଲିକଙ୍କୁ ନୋଟିସ କରାଯାଇଥିଲା । ବିବାହର ପ୍ରଲୋଭନ ଦେଇ ସୌରିନ ନିର୍ଯାତନା ଦେଇଥିବା ନେଇ ମହିଳା ଥାନାରେ ଏତଲା ଦେଇଥିଲେ ଯୁବତୀ । ଶାରୀରିକ ନିର୍ଯାତନା ଦେବା ସହ ତାଙ୍କଠାରୁ ୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.