Below header

୭ ହଜାର ଟଙ୍କାରୁ ବି କମ ଦାମରେ କିଣି ପାରିବେ ଏହି ସ୍ମାର୍ଟଫୋନ, ରହିଛି ବଢ଼ିଆ ଫିଚର

Tecno Spark Go ଦୁଇଟି ଭିନ୍ନ କଲର ଯେପରିକି ଗ୍ରାଭିଟି ବ୍ଲାକ ଏବଂ ମିଷ୍ଟ୍ରି ହ୍ଵାଇଟ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହି ଫୋନରେ ୯୦Hz ର ରିଫ୍ରେସ୍‌ ରେଟ ସହିତ ଦମଦାର ବ୍ୟାଟେରୀ ଦିଆଯାଇଛି ।

Tecno Spark Go (୨୦୨୪) ଭାରତରେ ଲଞ୍ଚ କରାଯାଇଛି । ଏହି ଫୋନ ହେଉଛି କମ୍ପାନୀର ସ୍ପାର୍କ ସିରିଜର ଲାଟେଷ୍ଟ ଫୋନ୍ । Tecno Spark Go ଦୁଇଟି ଭିନ୍ନ କଲର ଯେପରିକି ଗ୍ରାଭିଟି ବ୍ଲାକ ଏବଂ ମିଷ୍ଟ୍ରି ହ୍ଵାଇଟ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହି ଫୋନରେ ୯୦Hz ର ରିଫ୍ରେସ୍‌ ରେଟ ସହିତ ଦମଦାର ବ୍ୟାଟେରୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଦାମ ଏବଂ ଫିଚର କଣ ରହିଛି ।

Tecno Spark Goର ଦାମ୍‌ ଭାରତରେ ଘୋଷଣା କରାଯାଇଛି । ଏହି ଫୋନର ୩GB RAM + ୬୪GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୬,୬୯୯ ଟଙ୍କା । ୮ GB RAM + ୬୪ GB ଷ୍ଟୋରେଜ୍ ଏବଂ ୮GB RAM + ୧୨୮GB ଷ୍ଟୋରେଜ୍ ମଡେଲର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଡିସେମ୍ବର ୭ ରୁ ଆମାଜନ ଏବଂ ଅନ୍ୟାନ୍ୟ ରିଟେଲ ଷ୍ଟୋରରେ ଏହି ଫୋନ୍ ସେଲ୍‌ ଆରମ୍ଭ ହେବ ।

ଫୋନରେ ୬.୫୬ ଇଞ୍ଚର HD + IPS ଡିସପ୍ଲେ ଅଛି ଯାହା ୯୦ Hz ରିଫ୍ରେସ ରେଟ୍‌ ସହିତ ଆସିଥାଏ । ଡିସପ୍ଲେ ପାଣ୍ଡା ସ୍କ୍ରିନ ପ୍ରୋଟେକ୍ସନ୍ ସହିତ ଆସିଥାଏ ଯାହା ଆଖିକୁ କଷ୍ଟ ହେବାରୁ ରକ୍ଷା କରିଥାଏ । Tecno Spark Goରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ୧୩ ମେଗାପିକ୍ସେଲ ପ୍ରାଇମେରୀ ସେନସର ଏବଂ ଏକ ଏଆଇ ଲେନ୍ସ ଅଛି । ଫ୍ରଣ୍ଟରେ ଏକ ୮ ମେଗାପିକ୍ସେଲର ସେଲଫି କ୍ୟାମେରା ଅଛି । ବାୟୋମେଟ୍ରିକ୍ ଅନଲକ୍ ପାଇଁ ହ୍ୟାଣ୍ଡସେଟରେ ଏକ ଫିଙ୍ଗର ପ୍ରିଣ୍ଟ ସେନ୍ସର ଅଛି । ଟେକ୍ନୋ ନୂଆ Tecno Spark Goରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି । ଏହି ବ୍ୟାଟେରୀକୁ ଥରେ ଚାର୍ଜ କଲେ ଦିନସାରା ଚଲାଇ ପାରିବେ । ଏହି ଫୋନ କମ ଦାମରେ ମିଳୁଥିବାରୁ ଆପଣ ଏହାକୁ ସୁବିଧାରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.