ଇସ୍ରୋକୁ ସଫଳତା : ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍
ଚନ୍ଦ୍ର କକ୍ଷପଥରୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍ । ଏକ ସ୍ବତନ୍ତ୍ର ପରୀକ୍ଷଣରେ ପ୍ରପଲସନ୍ ମଡ୍ୟୁଲକୁ ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଅଣାଯାଇଛି ।

ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଆଉ ଏକ ବଡ଼ ସଫଳତା । ଚନ୍ଦ୍ର କକ୍ଷପଥରୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍ । ଏକ ସ୍ବତନ୍ତ୍ର ପରୀକ୍ଷଣରେ ପ୍ରପଲସନ୍ ମଡ୍ୟୁଲକୁ ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଅଣାଯାଇଛି । ଚନ୍ଦ୍ରଯାନ ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ଚନ୍ଦ୍ର ମିଶନ ଲକ୍ଷ୍ୟ ଅତିକ୍ରମ କରିବାରେ ଇସ୍ରୋକୁ ସହାୟତା କରିଥିଲା ପ୍ରପଲସନ୍ ମଡ୍ୟୁଲ୍ । ପ୍ରପଲସନ୍ ମଡ୍ୟୁଲରେ ସ୍ପେକ୍ଟ୍ରୋ-ପୋଲାରିମେଟ୍ରି ଅଫ୍ ହାବିଟେବଲ ପ୍ଲାନେଟ ଆର୍ଥ ରହିଛି ।
ଇସ୍ରୋ ଏକ୍ସ ଜରିଆରେ ଟ୍ଵିଟ୍ କରି କହିଛି, ‘ଚନ୍ଦ୍ରଯାନ-୩ ମିଶନ, ସିଏଚ-୩ ପ୍ରପଲସନ୍ ମଡ୍ୟୁଲ ସଫଳ ଭାବ ଚକ୍କର କାଟିଛି ! ପ୍ରପଲସନ୍ ମଡ୍ୟୁଲ୍ ପୃଥିବୀ କ’ପଥକୁ ଫେରିଆସିଛି ।
Chandrayaan-3 Mission:
Ch-3’s Propulsion Module (PM) takes a successful detour!
In another unique experiment, the PM is brought from Lunar orbit to Earth’s orbit.
An orbit-raising maneuver and a Trans-Earth injection maneuver placed PM in an Earth-bound orbit.… pic.twitter.com/qGNBhXrwff
— ISRO (@isro) December 5, 2023
ଚନ୍ଦ୍ର କକ୍ଷପଥରେ ପରିକ୍ରମା କରିବା ପରଠୁ ପ୍ରପଲସନ ମଡ୍ୟୁଲରେ ଥିବା ବୈଜ୍ଞାନିକ ଉପକରଣ ଇସ୍ରୋକୁ ପର୍ଯ୍ୟାପ୍ତ ତଥ୍ୟ ପଠାଇଥିଲା । ଏହା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ଚନ୍ଦ୍ରପୃଷ୍ଠକୁ ନେଇଥିବା ମଡ୍ୟୁଲକୁ ମଧ୍ୟ ସାଙ୍ଗରେ ବି ନେଇଥିଲା । ଚନ୍ଦ୍ରର ଉପଯୁକ୍ତ କକ୍ଷପଥରେ ଦୁଇ ମଡ୍ୟୁଲ ପରସ୍ପରଠାରୁ ଅଲଗା ହୋଇଥିଲେ ।
ସୂଚନାଯୋଗ୍ୟ, ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସ୍ପେସ ଷ୍ଟେସନରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ ହୋଇଥିଲା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା ଭାରତ ।