ମିଗଜୋମ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ; ଦେଢ ମିଟର ଜୁଆର, ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷାରେ ୮ ମୃତ

ଚେନ୍ନାଇରେ ବର୍ଷା ଆଣିଛି ବିତ୍ପାତ । ଚାରିଆଡେ ଭୟଙ୍କର ବିଭୀଷିକା । ବର୍ଷା ଯୋଗୁଁ ୮ଜଣଙ୍କ ଜୀବନ ଯାଇଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ପାଖାପାଖି ୩ ଘଣ୍ଟା ଧରି ଚାଲିବ । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ ।

ବାତ୍ୟା ମିଗଜୋମ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ପାଖାପାଖି ୩ ଘଣ୍ଟା ଧରି ଚାଲିବ । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ । ଧୀରେ ଧୀରେ ବଢୁଛି ପବନର ବେଗ । ବାତ୍ୟା ସାଙ୍ଗରେ ନେଇ ଆସିଛି ବର୍ଷା । ଲ୍ୟାଣ୍ଡଫଲ ପ୍ରକ୍ରିୟା ସହ ତାଣ୍ଡବ ରଚୁଛି ବାତ୍ୟା । ସ୍ଥଳଭାଗକୁ ମାଡିଆସିଛି ସମୁଦ୍ର । ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠୁଛି ।

ସମୁଦ୍ରରେ ଭୀଷଣ ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ମୁହାଁଉଛି । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।  ୮ ଜଣଙ୍କ ମୃତ୍ୟୁକୁ ନେଇ ତାମିଲନାଡୁ ପୋଲିସ ଖବର ଦେଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଶ୍ରୟ ସ୍ଥଳୀ ନିରୀକ୍ଷଣ କରିଛନ୍ତି । ବିମାନବନ୍ଦରରେ ପାଣି ଭରି ରହିଛି । ରନେଓ୍ଵରେ ପାଣି ଯୋଗୁଁ ଅନେକ ଉଡାଣ ବାତିଲ କରିବାକୁ ପଡିଛି ।

ଉବୁଟୁବୁ ହୋଇଛି ସହର । ଆଜି ବର୍ଷା କମିଥିଲେ ବି ଦୁର୍ଦ୍ଦଶା ଥମିନି । ଏବେ ବି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜଳାର୍ଣ୍ଣବ ହୋଇଛି ବିମାନ ବନ୍ଦର ପରିସର । ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । କେଉଁଠି ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମୋଟର । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ।

ପ୍ରବଳ ବର୍ଷା ଫଳରେ ୱାଲାଝା ରୋଡ, ମାଉଣ୍ଟ ରୋଡ, ଆନ୍ନା ସଲାଇ, ଚେପକର ତଳିଆ ଅଞ୍ଚଳରେ ଘରେ ପଶିଛି ପାଣି । ଚେନ୍ନାଇ ସହ ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟ୍ଟୁର ସମସ୍ତ ଶିକ୍ଷାନୁଷ୍ଠାନ, ଘରୋଇ ଓ ସରକାରୀ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି । ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି ।

ନେଲ୍ଲୋର, ବାପାଟଲା, ତିରୁପତି, କ୍ରିଷ୍ଣା, ପ୍ରକାଶମ୍, ୱେଷ୍ଟ ଗୋଦାବରୀ, କୋନାସୀମା, କାକିନାଡାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ତାମିଲନାଡୁ ସରକାର ଚେନ୍ନାଇ, କାଞ୍ଚିପୁରମ, ତିରୁବଲ୍ଲର ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । କିଛି ଘରୋଇ କମ୍ପାନୀଙ୍କୁ କର୍ମଚାରୀଙ୍କ ଓ୍ଵାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି । କେବଳ ଆବଶ୍ୟକ ସେବା ଚାଲୁ ରହିଛି । ତେବେ ଏନଡିଆରଏଫ ଟିମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପଡୁଚେରୀରେ ୨୧ ଟିମ୍‌ ନିୟୋଜିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.