Below header

ନବୀନଙ୍କ ଦାବି : ୩୪ ଶହ କୋଟି ଟଙ୍କା ଛାଡ କରୁ କେନ୍ଦ୍ର

ଭୁବନେଶ୍ବର (କେନ୍ୟୁଜ୍) : ୩୪ ଶହ କୋଟି ଟଙ୍କା ଛାଡ କରୁ କେନ୍ଦ୍ର । ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ମାଓ ବିରୋଧୀ କାର‌୍ୟ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି । ସିଆରପିଏଫ୍, ବିଏସ୍ଏଫ୍ ଓ ଆରଏଏଫ୍ ନିୟୋଜିତ ହୋଇଛନ୍ତି । କେନ୍ଦ୍ରୀୟ ସୁରକ୍ଷାବଳଙ୍କ ପାଇଁ କେନ୍ଦ୍ର ୩୪ ଶହ କୋଟି ଦାବି କରିଛି । ୨୦୧୮ ଡିସେମ୍ବର ୩୧ ପର‌୍ୟ୍ୟନ୍ତ ଏହି ଅର୍ଥ କେନ୍ଦ୍ର ଦାବି କରିଛି । ଏହି ୩୪ ଶହ କୋଟି ଟଙ୍କା ଛାଡ କରିବାକୁ ନୀତି ଆୟୋଗ ବୈଠକରେ କେନ୍ଦ୍ରକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କଳାହାଣ୍ଡି ପାଇଁ ସ୍ୱତନ୍ତ୍ର ଦାବି ରଖିଛନ୍ତି ନବୀନ । ଏହି ଜିଲ୍ଲାରେ ମାଓବାଦୀଙ୍କ କାର‌୍ୟ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ କଳାହାଣ୍ଡିକୁ ଅତ୍ୟନ୍ତ ମାଓପ୍ରବଣ ଜିଲ୍ଲା ଘୋଷିତ କରାଯାଉ ବୋଲି ନବୀନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.