ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ, ଟ୍ରାକରୁ ଖସିଲା ଟ୍ରେନର ଚକା

ନୂଆଦିଲ୍ଲୀ (କେନ୍ୟୁଜ୍) : ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ଶନିବାର ଏକ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି । ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥବିବା ଅନୁମାନ କରାଯାଉଛି। ଏହି ଘଟଣା ଜଣାପଡିବା ପରେ ରେଲୱେ ବିଭାଗ ପକ୍ଷରୁ ତତକ୍ଷଣାତ ଏହାର ମରାମତି କାମ ହୋଇଥିଲା । ପରେ ଟ୍ରାକ ଉପରକୁ ରାଜଧାନୀ ଏକ୍ସପ୍ରେସକୁ ଅଣାଯିବା ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.