ଓଡିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩ ବିଧାନସଭାରେ ପାରିତ

ଫ୍ଳାଟ କିଣାବିକା ପାଇଁ ଫିଟୁଛି ବାଟ । ବିଧାନସଭାରେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ପାରିତ ହୋଇଛି। ଆଇନ ହେବା ପରେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ । ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ ହେବ ।

ଭୁବନେଶ୍ୱର : ଫ୍ଳାଟ କିଣାବିକା ପାଇଁ ଫିଟୁଛି ବାଟ । ବିଧାନସଭାରେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩  ପାରିତ ହୋଇଛି। ଆଇନ ହେବା ପରେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ । ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ ହେବ ।

ସାଧାରଣ ବ୍ୟୟ ପାଇଁ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି ହେବ । ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ହେବ ।

ଆବଣ୍ଟନଗ୍ରାହୀଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରାଯିବ । ପୃଷ୍ଠପୋଷକଙ୍କ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରାଯିବ ।

ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରାଯିବ । ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ହେବ । ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ରହିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.