ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ, ଶିକ୍ଷକ ନାଁରେ ଥାନାରେ ଏତଲା

ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ । କେନ୍ଦ୍ରାପଡା ଆଳି ଥାନା ଚନ୍ଦନନଗର ହାଇସ୍କୁଲ ଶିକ୍ଷକ ଗୋପବନ୍ଧୁ ବେହେରାଙ୍କ ନାଁରେ ଆସିଛି ଏଭିଳି ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆଳି : ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ । କେନ୍ଦ୍ରାପଡା ଆଳି ଥାନା ଚନ୍ଦନନଗର ହାଇସ୍କୁଲ ଶିକ୍ଷକ ଗୋପବନ୍ଧୁ ବେହେରାଙ୍କ ନାଁରେ ଆସିଛି ଏଭିଳି ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ହାତରେ ଗଭୀର ଆଘାତ ଲାଗିଛି।

ସେ ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଆଜି ଅପରାହ୍ନରେ ଦଶମ ଶ୍ରେଣୀ ଛାତ୍ର ଶୁଭମ ବାରିକ ପରିଶ୍ରା ପାଇଁ ବାହାରକୁ ଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ମଦ ପିଉଥିବାର ଦେଖିବାକୁ ପାଇଥିଲେ।

ଛାତ୍ର ଜଣଙ୍କ ସାରଙ୍କୁ ମଦ ପିଉଛନ୍ତି ବୋଲି ପଚାରିବାରୁ ଶିକ୍ଷକ ଜଣଙ୍କ ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ଛାତ୍ରଙ୍କୁ ନିର୍ଧୁମ ପିଟିଥିଲେ। ଫଳରେ ଛାତ୍ର ଜଣଙ୍କ ଅଚେତ ହୋଇପଡିଥିଲେ। ଚେତା ଫେରିବା ପରେ ଘରକୁ ଆସି ଶିକ୍ଷକ ମାଡ଼ ମାରିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରିବା ପରେ ଆଳି ଥାନାରେ ଶିକ୍ଷକ ନାଁରେ ଏତଲା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.