‘ତିତଲି’ ପରେ ଆସୁଛି ଆଉ ଏକ ଘୂର୍ଣ୍ଣିଝଡ଼

ଭୁବନେଶ୍ବର (କେନ୍ଯୁଜ୍) : ତିତଲି ପରେ ଆସୁଛି ଆଉ ଏକ ଘୂର୍ଣ୍ଣିଝଡ଼ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ସାମୁଦ୍ରିକ ଝଡ଼ । ୪୮ ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ । ଏହାର ଚକ୍ରବ୍ୟୁହ ଭିତରକୁ ଆସିବ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ । ସ୍ଥଳଭାଗ ଛୁଇଁବା ବେଳେକୁ ଘଣ୍ଟା ପ୍ରତି ୧୧୦ରୁ ୧୩୫ କିମି ବେଗରେ ପବନ ବହିପାରେ । ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ରାଜ୍ୟ ପ୍ରତି ନାହିଁ କୌଣସି ବିପଦ ।

cyclone 2

ଅକ୍ଟୋବର ୧୧ । ଆସିଥିଲା ବାତ୍ୟା ତିତ୍‌ଲି । ମାସେ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାରରେ ପୁଣି ଦାନା ବାନ୍ଧିଛି ଆଉ ଏକ ଘୂର୍ଣ୍ଣିଝଡ଼ । ଧୀରେ ଧୀରେ ଘନୀଭୂତ ହେଉଛି । ମାଡ଼ି ଆସୁଛି ଉପକୂଳ ଆଡ଼କୁ । ବର୍ତ୍ତମାନ ଘଣ୍ଟାପ୍ରତି ୧୧ କିଲୋମଟିର ବେଗରେ ଆଗକୁ ବଢୁଛି ଘୂର୍ଣ୍ଣିଝଡ଼ । ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍‌ ଡିପ୍ରେସନ୍‌ର ରୂପ ନେବ । ୨୪ ଘଣ୍ଟାରେ ସାଇକ୍ଲୋନିକ ଷ୍ଟର୍ମ ଓ ୪୮ ଘଣ୍ଟା ଭିତରେ ସିଭିଅର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝଡ଼ ।

cycloneee

ଆଗାମୀ ୭୨ ଘଣ୍ଟାରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ଼ । ଘଣ୍ଟାପ୍ରତି ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବର୍ତ୍ତମାନ ଘୂର୍ଣ୍ଣିଝଡ଼ ଆଣ୍ଡାମାନଠାରୁ ୮୦ କିମି, ଚେନ୍ନାଇଠାରୁ ୧୩୪୦ କିମି ଓ ଆନ୍ଧ୍ରର ନେଲୋରଠାରୁ ୧୩୩୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହାଇପାରେ । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

cyclone

ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ଘୂର୍ଣ୍ଣିଝଡ଼ । ତେବେ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଗତ ୧୧ ତାରିଖରେ ଆସିଥିଲା ବାତ୍ୟା ତିତ୍‌ଲି । ଓଡ଼ିଶା ନୁହଁ, ଆନ୍ଧ୍ରକୁ ମାଡ଼ କରିଥିଲା । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ପଡିଥିଲା ତିତ୍‌ଲି । ରାଜ୍ୟର ତିନିଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବର୍ଷା ଓ ପବନରେ ଘର ଦ୍ୱାର ଭାଙ୍ଗିଥିବା ବେଳେ ଉପୁଡ଼ି ପଡ଼ିଥିଲା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ । ଏବେ ପୁଣି ଥରେ ବାତ୍ୟା ଆସୁଛି । କିନ୍ତୁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ ।

Leave A Reply

Your email address will not be published.