Below header

ବଲାଙ୍ଗିର: ନବଜାତ ଶିଶୁକନ୍ୟାକୁ ବୁଦାତଳେ ଛାଡି ଚାଲିଗଲା ମା, ଉଦ୍ଧାର କରି ଲାଳନପାଳନ ଦାୟିତ୍ବ ନେବାକୁ ନିଷ୍ପତ୍ତି ନେଲେ ଆଶାକର୍ମୀ

ବଲାଙ୍ଗିର(କେନ୍ୟୁଜ୍): ପୁଣି ଆଲୋଡା ହେଲା  ଶିଶୁକନ୍ୟା । ପର କରିଦେଲା ଜନ୍ମକଲା ମା। ଜଙ୍ଗଲରେ ଛାଡିଦେଲା ଅନ୍ତଃଚିରି ଜନ୍ମକରିଥିବା  ଶିଶିକନ୍ୟାକୁ। ଏଭଳି ଘଟଣା ଘଟିଛି ପାଟଣାଗଡ ବ୍ଲକ ଅଧିନସ୍ଥ ସାଲେପାଲି ଓ ଚକାମାଲ ଗ୍ରାମ ମଧ୍ୟରେ ଥିବା ଏକ ପାହାଡିଆ ଜଙ୍ଗଲରେ ।

ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଓ ଚକାମାଲ ଗ୍ରାମ ମଧ୍ୟବର୍ତ୍ତୀ ଜଙ୍ଗଲ ନିକଟରେ ଥିବା ବୁଦାମୂଳରୁ ଏକ ନବଜନ୍ମିତ ଶିଶୁ କନ୍ୟାକୁ କେହି ଜଣେ ମା ଛାଡିଦେଇଥିଲା । କିଛି ଲୋକ ଜଙ୍ଗଲକୁ ଯାଉଥିବା ବେଳେ ଶିଶୁକନ୍ୟାଟିର କାନ୍ଦଶୁଣିବାକୁ  ପାଇଥିଲେ। ପରେ ସେମାନେ ଗ୍ରାମକୁ ଆସି ସାଲେପାଲି ଆଶାଦିଦି ପଙ୍କଜିନୀ ମେହେରଙ୍କୁ ଏହି ଖବର ଦେଇଥିଲେ । ଘଟଣାସ୍ଥଳକୁ ଗ୍ରାମାବସୀଙ୍କ ସହିତ ଆଶା ଦିଦି ପଙ୍କଜିନୀ ଯାଇ ସେଠାରୁ ଶିଶୁକନ୍ୟାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିବାପରେ  ଆଶାଦିଦି ପଙ୍କଜିନୀ ମେହେର ଶିଶୁଟିକୁ ଲାଳନପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.