ଗଜପତି: ମୋହନାର ବିଭିନ୍ନ ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ ସହ ଦୁଇ ଗିରଫ

ମୋହନା(କେନ୍ୟୁଜ୍): ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ,ଜ଼ିଲ୍ଲା ଅବକାରୀ ବିଭାଗ ଏବଂ ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଲୁହାଗୁଡ଼ି,ଚାପଟପଙ୍କା,କର୍ଚ୍ଚବାଡ଼ି ଆଦି ଅଞ୍ଚଳରେ ବେଆଇନ ମଦ ଧରପଗଡ଼ କରଯାଇଛି l ଏଥିରେ ୨୫୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୨୩୦ ଲିଟର ମହୁଲି ମଧ୍ୟ ଜବତ କରାଯାଇଛି l

mohana liqour

ବେଆଇନ ମଦ ବିକ୍ରି ଅଭିଯୋଗରେ ମୁକ୍ତିନଗର ଗ୍ରାମର ରମାକାନ୍ତ ପରିଛା ଏବଂ ଚାପଟପଙ୍କା ଗ୍ରାମର ଯୋହନ ନାୟକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ ମୋହନା ପୋଲିସ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ମିହିର ସେଠି,ଏସ.ଆଇ ଘନଶ୍ୟାମ ଜେନାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ l ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.