Below header

ରାଜ୍ୟରେ ଆଉ ୪ଦିନ ଯାଏ ପାଗ ରହିବ ମେଘୁଆ, ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସହ ଘନ କୁହୁଡି ଲାଗି ରହିବ

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ଆଉ ୪ଦିନ ଯାଏ ମେଘୁଆ ପାଗ ରହିବ । ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡଘଡି ବର୍ଷା ସହ ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଜପତି, ରାୟଗଡ଼ା, ନୟାଗଡ଼, କନ୍ଧମାଳ ଓ ନୂଆପଡ଼ାରେ ବର୍ଷା ହେବ। ୩ଟି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୪ଡିଗ୍ରୀ ରେକର୍ଡ କରାଯାଇଛି। ୮ ତାରିଖ ପରେ ଶୀତ ପୁଣି ଫେରିବା ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.