ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ହେଲା ବାତିଲ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ବାତିଲ । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ନବମ ଓ ଏକାଦଶ କ୍ଲାସକୁ ଆସନ୍ତା କାଲିଠାରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରିଛନ୍ତି  ସରକାର । ତତକ୍ଷଣାତ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା  ସହ ହେଷ୍ଟେଲରେ ରହି ପଢୁଥିବା ପିଲାମାନଙ୍କୁ ଘରୁକୁ  ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଯଦି  ଆବଶ୍ୟକ ପଡ଼େ ତେବେ ସ୍କୁଲ ଗୁଡ଼ିକ ଅନଲାଇନ କ୍ଲାସ କରିପାରିବେ।

ପୂର୍ବରୁ ଯେପରି ସୂଚିତ କରାଯାଇଛି  ଦଶମ ଓ ଦ୍ବାଦଶ ଶ୍ରେଣୀଗୁଡିକ ପୂର୍ବପରି ୨୫/୦୪/୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଯେହେତୁ ଏହି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବୋର୍ଡ  ପରୀକ୍ଷା ଦେବେ ଏଥିପାଇଁ ଦୁଇଟି ଯାକ କ୍ଲାସ  ୨୫ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ। ତେବେ ସ୍କୁଲରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ଭଳି ବ୍ୟବସ୍ଥା  ବାଧ୍ୟତାମୂଳକ ରହିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଆସନ୍ତା କାଲି ଠାରୁ ଏହା ଲାଗୁ ହେବ  ବୋଲି ଚିଠି ମାଧ୍ୟମରେ  ଜଣାଇଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.