Below header

ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି।

ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି। ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି। ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା,ସେଥିରେ ଆମେ ଟଳି ପଡ଼ିଲୁ।”

ସେ ଆହୁରି କହିଛନ୍ତି,“ ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ। ରାଜନୀତିରେ ନୀତି, ଆଦର୍ଶ ନାହିଁ’, ବ୍ୟବସାୟୀକରଣ ହୋଇଛି। ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ,ମୁଁ କଂଗ୍ରେସରେ ରହିଛି, ରହିବି”। ଏହାକୁ ମଜଭୁତ କରିବି ବୋଲି ନିରଞ୍ଜନ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.