ଖଣିଜ ସଂପଦରେ ଏଫଡିଆଇ ବିନିଯୋଗ ହେଲେ ଅଷ୍ଟ୍ରେଲିଆ ଭଳି ସମୃଦ୍ଧ ହୋଇଯିବ ଓଡ଼ିଶା: ନୀତି ଆୟୋଗ ଉପାଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ମାକ୍ରୋ ଓ ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ଯଥେଷ୍ଟ ଅଗ୍ରଗତି ଲାଭ କରିଛି । ଅନ୍ୟ ପ୍ରମୁଖ ରାଜ୍ୟ ସହିତ ସମକକ୍ଷ ହେବା ପାଇଁ କେନ୍ଦ୍ରଠାରୁ ସ୍ୱତନ୍ତ୍ର ଅନୁଦାନ ଚାହୁଁଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି । ରାଜ୍ୟର ବିକାଶମୂଳକ କାର୍ଯ୍ୟ ପାଇଁ ନୀତି ଆୟୋଗର ସହାୟତା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଉଭୟ ମାଇକ୍ରୋ ଇକୋନୋମିକ ଓ ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ବିଶେଷ ଭାବେ ଅଗ୍ରଗତି କରିଛି । ନିରନ୍ତର ବିକାଶ ପାଇଁ ସହଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ନୀତି ଆୟୋଗଙ୍କ ପ୍ରଶଂସା କରିଛନ୍ତି । ଓଡ଼ିଶାର ନିଜର ହେଲଥ ଆସ୍ୟୁରାନ୍ସ ଯୋଜନା ରହିଛି । ଯାହାକି ଚିକିତ୍ସା ଖର୍ଚ୍ଚ ବୋଝକୁ କମାଇପାରିଛି । ପିଡିଏସ ଯୋଗାଣ କ୍ଷେତ୍ରରେ ସାରା ଦାଶେର ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ବୈଠକ ଆରମ୍ଭ ହୋଇଛି। ଭିଡିଓ କନଫରେନ୍‌ସିଂ ଜରିଆରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି କ୍ଷେତ୍ରରେ ଉନ୍ନତି ଓ ଖଣି ଖାଦାନାରେ ଉନ୍ନତି ପାଇଁ ବିତ୍ତୀୟ ନିଅଣ୍ଟ ୫ ପ୍ରତିଶତ ତଳେ ରହିଛି ବୋଲି କହିଛନ୍ତି ରାଜୀବ କୁମାର । ପୋଷଣ, ସ୍ୱାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡିପି ଅଭିବୃଦ୍ଧି ଘଟିଛି । ଓ଼ଡ଼ିଶାରେ ଯେତିକି ପରିମାଣର ଖଣିଜ ସଂପଦ ରହିଛି ସେଥିରେ ଏଫଡିଆଇ ବିନିଯୋଗ ହେଲେ ଅଷ୍ଟ୍ରେଲିଆ ଭଳି ସମୃଦ୍ଧ ହୋଇଯିବ ଓଡ଼ିଶା । ରାଜ୍ୟରେ ଖଣି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ।

Leave A Reply

Your email address will not be published.