ବାଲେଶ୍ୱର: ସୋରରେ ନାହିଁ ବାର୍ଡ ଫ୍ଲୁ ଆତଙ୍କ, ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ନାହିଁ ବାର୍ଡ ଫ୍ଲୁ ଆତଙ୍କ। ପରିବହନ ସମୟରେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ବୁଦ୍ଧିରାମ ବେହେରା। ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ଆଜି ସକାଳେ ସୋର ୧୬ନଂ NH କଡ଼ରେ ହଜାର ହଜାର କୁକୁଡା ମରିପଡିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହାପରେ ବଜାରରେ କୁକୁଡା କିଲୋ ୫୦ଟଙ୍କାକୁ ଖସି ଆସିଥିଲା।

Leave A Reply

Your email address will not be published.